ବାରିପଦା : ପୁଣି ସାମ୍ନାକୁ ଆସିଲା ଆଉ ଏକ ଅନ୍ଧ ବିଶ୍ୱାସର ନଗ୍ନ ନମୁନା । ଗୁଣିଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି ।
ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ । ସେହି ଗ୍ରାମର ଖଇରୀ ମହାନ୍ତ ନାମକ ଜଣେ ମହିଳାଙ୍କୁ ଗୁଣିଗାରେଡି ପାଇଁ କୌଣସି ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହତ୍ୟା କରାଯାଇଛି ।
ସୂଚନା ଅନୁଯାଇ, ଉକ୍ତ ଗ୍ରାମର ଅନିଲ ମହାନ୍ତଙ୍କର ଦୀର୍ଘ କୋଡିଏ ବର୍ଷ ଧରି ସନ୍ତାନ ହେଉନଥିଲା । ସେଥିପାଇଁ ସେ ଖଇରୀ ମହାନ୍ତ ନାମକ ଜଣେ ମହିଳା ଗୁଣିଗାରେଡି କରୁଥିବାର ସନ୍ଦେହ କରିଆସୁଥଲା । ସେହି ରାଗରେ ଖଇରୀ ଗାଁ ନିକଟକୁ ପାଣି ଆଣିବାକୁ ଯାଇଥିବାବେଳେ ଅନୀଲ ଓ ତାଙ୍କ ଭାଇ ବଳରାମ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହତ୍ୟା କରିଥିଲେ l
ପୋଲିସ ଘଟଣାର ଖବର ପାଇ ତଦନ୍ତ ଜାରି ରଖିଥିବାବେଳେ ବାରିପଦା ସାଇଣ୍ଟିଫିକ ଟିମର ସହାୟତା ନେଇ ତଦନ୍ତ ଜାରି ରିଖିଛି । ତେବେ ହତ୍ୟାକାରୀ ଦୁଇ ଭାଇ ଫେରାର ଥିବା ସୂଚନା ମିଳିଛି l
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ