ବାରିପଦା: ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମରେ ଘଟିଛି ଏଭଳି ଅମାନବୀୟ ଘଟଣା। ଦୁଇ ପୁଅ ରବି ଏବଂ ରାଜ କିଶୋର ଗତକାଲି ରାତିରେ ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ମା’ ତୁଳସୀ ସିଂହଙ୍କ ସହ ଦୁଇ ପୁଅର ଝଗଡା ହୋଇଥିଲା। ମା’ ଦୁଇ ପୁଅଙ୍କୁ ଗାଳିଗୁଲଜ କରିଥିଲେ ତେବେ ନିଶାସକ୍ତ ଅବସ୍ଥାରେ ମା’ ତୁଳସୀ ସିଂହଙ୍କୁ ଦୁଇଟି ବାଡ଼ିରେ ଆକ୍ରମଣ କରିଥିଲେ । ଫଳରେ ମା’ ତୁଳସୀଙ୍କ ପ୍ରାଣ ହରାଇଥିଲ।
ଗତକାଲି ବିଳମ୍ବିତ ରାତିରେ ଘଟଣା ଘଟିଥିଲେ ମଧ୍ୟ ଆଜି ସକାଳୁ ଜଣାଯିବା ପରେ ତୁଳସୀଙ୍କ ସ୍ବାମୀ ପୁଲିସକୁ ଖବର ଦେଇଥିଲେ । ପୋଲିସ୍ ପହଞ୍ଚି ଦୁଇ ପୁଅ ରବି ସିଂହ ଏବଂ ରାଜ କିଶୋର ସିଂହଙ୍କୁ ଗିରଫ କରିଛି। ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ସାଇଣ୍ଟିଫିକ ଟିମ ଆସିଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବାଙ୍ଗିରିପୋଷି ଥାନା ଅଧିକାରୀ କହିଛନ୍ତି। ଏହି ଅଘଟଣ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ