ବାରିପଦା: ବାରିପଦା ପୌରପରିଷଦର ସଫେଇ କର୍ମଚାରୀମାନେ ଦରମା ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି। କର୍ମଚାରୀମାନଙ୍କୁ ଜାନୁଆରୀ ଓ ଫେବୃଆରୀ ମାସର ଦରମା ମିଳି ନ ଥିବା ଅଭିଯୋଗ କରି ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ସଫେଇ କର୍ମଚାରୀ ମାନଙ୍କୁ ସରକାରଙ୍କ ଧାର୍ଯ୍ୟ ମଜୁରୀଠାରୁ କମ ଦରମା ଦେଉଥିବା ଅଭିଯୋଗ କରିଛନ୍ତି। ତେବେ ବାରିପଦା ପୌର ପରିଷଦରେ ସଫେଇ କାର୍ଯ୍ୟ ଟେଣ୍ଡର ନେଇଥିବା ଠିକା ସଂସ୍ଥା ଇପିଏଫ ବାବଦରେ ଟଙ୍କା ଜମା କରିନଥିବା ମଧ୍ୟ ଅଭିଯୋଗ କରିଛନ୍ତି।
ଏଭଳି ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରଖିଥିବା ବେଳେ ପୌର ପରିଷଦର କୌଣସି ଅଧିକାରୀ ଏମାନଙ୍କ ସମସ୍ୟା ବୁଝି ନ ଥିଲେ । ଫଳରେ କର୍ମଚାରୀମାନେ ଶ୍ରମ ଅଧିକାରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ