ETV Bharat / state

ବନ୍ଧୁକ ମୁନରେ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୃତ୍ତ - loot

ମୟୂରଭଞ୍ଜ ଜିଲ୍ଲା ରଚୁଆଁ ଥାନ ଅଞ୍ଚଳରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ବନ୍ଧୁକ ଦେଖାଇ ଟଙ୍କା ଲୁଟ
ବନ୍ଧୁକ ଦେଖାଇ ଟଙ୍କା ଲୁଟ
author img

By

Published : Feb 5, 2021, 8:12 AM IST

Updated : Feb 5, 2021, 8:44 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରଚୁଆଁ ଥାନ ଅଞ୍ଚଳରେ ଦିନକୁ ଦିନ ବଢୁଛି ଅପରାଧ। ଦିନ ଦି ପହରରେ ଜଣେ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ବନ୍ଧୁକ ଦେଖାଇ ଟଙ୍କା ଲୁଟ

ସୂଚନାଅନୁସାରେ, ଭାରତ ଫାଇନାନ୍ସର ଜଣେ କର୍ମଚାରୀ ଲୋନ ଟଙ୍କା ନେଇ ଫେରୁଥିଲେ। ରଚୁଆଁ ଥାନା ଅନ୍ତର୍ଗତ ଖିଚିଂ ଗାଁ ନିକଟରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ବନ୍ଧୁକ ଦେଖାଇ ତାଙ୍କଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କିଛି ଦିନ ହେବ ରଚୁଆଁ ଥାନା ଅଞ୍ଚଳରେ ଲୁଟିପାଟଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ କାର୍ଯ୍ୟ ବଢିବାରେ ଲାଗିଛି । ଏମିତିକି ଥାନାରେ ଦିଆଯାଉଥିବା ଏତଲା ଚୋରି ହେଉଥିବା କହିଛନ୍ତି ବ୍ଲକ ଏସଡିବିଓ ।

ଏପରି ଅପରାଧିକ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇଛନ୍ତି । ଅପରାଧକୁ ରୋକିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରାଯାଇଛି । ଅପରାଧିଙ୍କୁ କାବୁ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

Last Updated : Feb 5, 2021, 8:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.