ETV Bharat / state

ପିସ୍ତଲ ମୁନରେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ - ପିସ୍ତଲ ମୁନରେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ

ପିସ୍ତଲ ମୁନରେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ । ଏହି ଲୁଟ ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ଗିଧିଘାଟି ଆରଆଇ ଅଫିସ ସମ୍ମୁଖରେ । ଅଧିକ ପଢନ୍ତୁ...

ପିସ୍ତୋଲ ମୁନରେ ମାଇକ୍ରୋ ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ ଟଙ୍କା ଲୁଟ

author img

By

Published : Jun 22, 2021, 10:54 PM IST

ରାଇରଙ୍ଗପୁର : ପିସ୍ତଲ ମୁନରେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ । ଏହି ଲୁଟ ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ଗିଧିଘାଟି ଆରଆଇ ଅଫିସ ସମ୍ମୁଖରେ ।

ସୂଚନାନୁଯାୟୀ, ରାଇରଙ୍ଗପୁର ସ୍ଥିତ ସମସ୍ତା ମାଇକ୍ରୋ ଫାଇନାନ୍ସର ଦୁଇ ଜଣ କର୍ମଚାରୀ ମନୀଷ ଦାସ ଓ ସମରଜିତ ରାହୁଲ ଦୁଇଟି ବାଇକ ଯୋଗେ ଲୋନ ଟଙ୍କା ଆଦାୟ କରିବା ପାଇଁ ତିରିଂ ଓ ବହଳଦା ଅଞ୍ଚଳକୁ ଯାଇଥିଲେ । ନନ୍ଦାବସା, ଉଲିଡିହି, ଢିପାସାହି ଓ ପାଟ୍ରାମୋହୁଲପାଣି ଗ୍ରାମରୁ ୭୮୩୬୨ ଟଙ୍କା ଆଦାୟ କରି ଗିଧିଘାଟିରୁ ଝରାଡିହି ଆଡକୁ ଯାଉଥିଲେ । ତେବେ ଦିନ ପାଖାପାଖି ୨ ଟା ସମୟରେ ଗିଧିଘାଟି ଆରଆଇ ଅଫିସ ନିକଟରେ ଦୁଇଟି ବାଇକରେ ଚାରିଜଣ ହେଲମେଟ ପିନ୍ଧି ଥିବା ଲୁଟେରା ସେମାନଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରି ସେମାନଙ୍କ ପାପରେ ଥିବା ୭୮ ହଜାର ୩୬୨ ଟଙ୍କା ବ୍ୟାଗଟିକୁ ଲୁଟ କରି ବହଳଦା ଆଡକୁ ଦୃତ ଗତିରେ ଖସି ପଳାଇଯାଇଥିଲେ ।

ଏନେଇ ସମସ୍ତ ମାଇକ୍ରୋ ଫାଇନାନ୍ସର ଦୁଇ ଜଣ କର୍ମଚାରୀ ଝରାଡିହି ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଝରାଡିହି ଫାଣ୍ଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.