ETV Bharat / state

ଦଶମ ଶ୍ରେଣୀର ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଇରଙ୍ଗପୁର ବାରିପଦା ରାଜ୍ୟ ରାଜପଥ ଅବରୋଧ - ଗିରଫ ଦାବିରେ ରାଇରଙ୍ଗପୁର ବାରିପଦା ରାଜ୍ୟ ରାଜପଥ ଅବରୋଧ

ଦଶମ ଶ୍ରେଣୀର ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଉତ୍ତେଜନା । ରାସ୍ତା ଉପରେ କାଠ ଓ ଟାୟାର ରଖି କଲେ ରାଜପଥ ଅବରୋଧ । ଅଧିକ ପଢ଼ନ୍ତୁ

blocked  rairangpur and Baripada road
ରାଇରଙ୍ଗପୁର ବାରିପଦା ରାଜ୍ୟ ରାଜପଥ ଅବରୋଧ
author img

By

Published : Jan 15, 2023, 6:57 PM IST

ରାଇରଙ୍ଗପୁର ବାରିପଦା ରାଜ୍ୟ ରାଜପଥ ଅବରୋଧ

ରାଇରଙ୍ଗପୁର: ଦଶମ ଶ୍ରେଣୀର ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣାପରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ରାଇରଙ୍ଗପୁର-ବାରିପଦା ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଛାତ୍ର ଓ ସ୍ଥାନୀୟ ଲୋକେ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନାସ୍ଥିତ ଅଁଳାଡୁବା ୧୦ ନଂ ୱାର୍ଡ଼ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତ ୧୨ ତାରିଖ ନୁସାଡିହି ଗ୍ରାମର ୪ଜଣ ଛାତ୍ର, ଚମ୍ପାଉଦା ଗ୍ରାମର ଦୁଇ ଜଣ ଓ ଅସନବଣୀ ଗ୍ରାମର ଜଣେ ମିଶି ଟିଉସନ ପଢିବାକୁ ଅଁଳାଡୁବା ୱାର୍ଡ଼ ନଂ ୧୦କୁ ଯାଇଥିଲେ । ଟିଉସନ ସାରି ସାଇକେଲ ଯୋଗେ ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ।

ସେହି ସମୟରେ ଅସନବଣୀସ୍ଥିତ ରାଇସ ମିଲ୍‌ ନିକଟରେ ପୂର୍ବରୁ ଏକ ଅଟୋ ଯୋଗେ ଜଗିଥିବା ପାଖାପାଖି ୮/୧୦ ଅସାମାଜିକ ଯୁବକ ଉକ୍ତ ଛାତ୍ରମାନଙ୍କୁ ଦେଖି ଅଶ୍ଳୀଳ ଭାଷାରେ ପ୍ରଥମେ ଗାଳିଗୁଲଜ କରିଥିଲେ । ହେଲେ ଛାତ୍ରମାନେ ସେହି କଥାକୁ ଧ୍ୟାନ ନଦେଇ ଆଗକୁ ପଳାଇଥିଲେ । ଏହାଦେଖି ଉକ୍ତ ଯୁବକମାନେ ରାଗିଯାଇ ଅଟୋ ଯୋଗେ ଛାତ୍ରଙ୍କ ପଛେପଛେ ଯାଇଥିଲେ । ଏହାପରେ ପୁଣି ସେଠାରେ ଛାତ୍ରମାନଙ୍କ ଆଗରେ ଅଟୋ ରଖି ଅଯଥାରେ ଗାଳି ଦେଇଥିଲେ । ପରେ ଅତର୍କିତ ଭାବେ ଏକ ଠେଙ୍ଗା ସାହାଯ୍ୟରେ ସମସ୍ତ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏଥିରେ ଅନ୍ୟ ଛାତ୍ରମାନେ ଦୌଡ଼ି ପଳାଇ ନିଜର ଜୀବନ ରକ୍ଷା କରିପାରିଥିଲେ । କିନ୍ତୁ ବଡ଼ ଚମ୍ପାଉଦା ଗ୍ରାମର ତଥା ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପ୍ରକାଶ ହାଁସଦା ସେମାନଙ୍କ କବଳରୁ ନିଜକୁ ରକ୍ଷା କରିପାରିନଥିଲେ । ଫଳରେ ଉକ୍ତ ଯୁବକମାନେ ପ୍ରକାଶଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ସମୟରେ ଗାଁର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ପରେ ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ସାଙ୍ଗମାନେ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ନେଇଯାଇଥିଲେ ।

ତେବେ ପ୍ରକାଶଙ୍କ ସ୍ୱାସ୍ଥ୍ୟାବସ୍ତା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ । ସେଠାର ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାରିପଦା ପିଆରଏମ ହସ୍ପିଟାଲ ନିଆଯାଇଥିଲା । ତେବେ ସେହିଦିନ ରାତିରେ ହିଁ ଉକ୍ତ ଛାତ୍ରଙ୍କ ସାଙ୍ଗ ତଥା ଦଶମ ଶ୍ରେଣୀର ଛାତ୍ର ଗଣେଶ ମାଝୀ ରାଇରଙ୍ଗପୁର ଟାଉନ ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ।

ଇତି ମଧ୍ୟରେ ଏହି ଘଟଣାକୁ ୩ଦିନ ବିତି ଗଲାଣି । ତଥାପି ପୋଲିସ ଅଁଳାଡୁବା ୧୦ ନଂ ୱାର୍ଡ଼ର ଅଭିଯୁକ୍ତ ବ୍ରିଜେଶ ଗୋପ, ଗୋପୀ ନାଏକ, ରୋହିତ ଦାସଙ୍କୁ ଏଯାଏଁ ଗିରଫ କରିପାରି ନାହିଁ । ଫଳରେ ଆଜି ସକାଳେ ୪ଟି ଗ୍ରାମ ଯଥା ଅସନବଣୀ, ବଳଭଦ୍ରପୁର, ଚମ୍ପାଉଦା ଓ ନୁଷାଡିହି ଗ୍ରାମର ପାଖାପାଖି ୫୦୦ରୁ ଊର୍ଦ୍ଧ୍ୱ ଲୋକେ ଉତ୍ତ୍ୟକ୍ତ ହୋଇ ଅଁଳାଡୁବାରେ ପହଞ୍ଚି ଥିଲେ । ସେଠାରେ ରାଇରଙ୍ଗପୁର-ବାରିପଦା ମୁଖ୍ୟରାସ୍ତାକୁ ଅବରୋଧ କରି ଯଥାଶୀଘ୍ର ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଛି । ଫଳରେ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି । ହେଲେ ଗ୍ରାମବାସୀଙ୍କ ଜିଦ ଯେପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯାଇଛି ସେପର୍ଯ୍ୟନ୍ତ ସେମାନେ ରାସ୍ତା ଅବରୋଧରୁ ହଟିବେ ନାହିଁ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.