ETV Bharat / state

କୁକୁଡା ଫାର୍ମରେ ମହିଳା ସୁରକ୍ଷାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ - କୁକୁଡା ଫାର୍ମରେ ମହିଳା ସୁରକ୍ଷାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ

କୁକୁଡା ଫାର୍ମରେ କାର୍ଯ୍ୟରତ ମହିଳା ସୁରକ୍ଷାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଘଟଣାକୁ ନେଇ ଉଭୟ ପୀଡିତା ନ୍ୟାୟ ଭିକ୍ଷା କରିଥିବା ବେଳେ ମାମଲାର ତଦନ୍ତ କରୁଛି ପୋଲିସ ।

Misconduct with 2 women working at poultry farm
କୁକୁଡା ଫାର୍ମରେ ମହିଳା ସୁରକ୍ଷାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ
author img

By

Published : Dec 19, 2019, 11:22 PM IST

ବାରିପଦା: କୁକୁଡା ଫାର୍ମରେ କାର୍ଯ୍ୟରତ ମହିଳା ସୁରକ୍ଷାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଛାତନ ସ୍ଥିତ ଥିବା ଭେଙ୍କ ରିସର୍ଚ୍ଚ ଏଣ୍ଡ ବ୍ରିଡିଂ ଫାର୍ମ ପ୍ରାଇଭେଟ ଲିମିଟେଡ଼ କମ୍ପାନୀରୁ ।

କୁକୁଡା ଫାର୍ମରେ ମହିଳା ସୁରକ୍ଷାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ

ଅଭିଯୋଗ ଅନୁଯାୟୀ, ଉକ୍ତ ଫାର୍ମରେ ସୁରକ୍ଷା କର୍ମୀ ଭାବେ କାମ କରୁଥିବା 2 ଜଣ ମହିଳାଙ୍କୁ କମ୍ପାନୀ ଦାୟିତ୍ବରେ ଥିବା ଟି ଏଚ ସିଂ ଏବଂ ଅନୁରାଗ ମହାନ୍ତି କାମ କରୁଥିବା ସମୟରେ ଦୀର୍ଘ ଦିନ ହେବ ଏମାନଙ୍କୁ ଅଶାଳୀନ ବ୍ୟବହାର କରୁଥିଲେ । ଉଭୟ ମହିଳା ଏହାକୁ ବିରୋଧ କରିବାରୁ ତାଙ୍କୁ ଚାକିରୀରୁ ବାହାର କରି ଦିଆଯାଇଥିଲା । ଗତ ଡିସେମ୍ବର 13 ତାରିଖରେ ଦୁଇ ଜଣ ପୀଡିତା ଏନେଇ ରାସଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ରାସଗୋବିନ୍ଦପୁର ଥାନାରେ ଦଫା 341, 354, 506, 34ରେ ମାମଲା ନମ୍ବର 146/2019 ଓ 147/2019 ରୁଜୁ କରାଯାଇଛି । ଘଟଣାରେ ରାସଗୋବିନ୍ଦପୁର ଥାନା ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୋଗ ହୋଇଥିବା 2 ଜଣଙ୍କୁ ଏଯାବତ୍ ଗିରଫ କରିନାହିଁ ।

ସେପଟେ ଘଟଣାକୁ ନେଇ ଉଭୟ ପୀଡିତା ନ୍ୟାୟ ଭିକ୍ଷା କରିଥିବା ବେଳେ ଭେଙ୍କ ରିସର୍ଚ୍ଚ ଏଣ୍ଡ ବ୍ରିଡିଂ ଫାର୍ମ ପ୍ରାଇଭେଟ ଲିମିଟେଡ଼ର ଅଧିକାରୀ ମାନେ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁ଼ଞ୍ଜୟ ସେନାପତି, ଇଟିଭି ଭାରତ

Intro:

Body:ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଛାତନ ସ୍ଥିତ ଥିବା ଭେଙ୍କ ରିସର୍ଚ୍ଚ ଏଣ୍ଡ ବ୍ରିଡିଂ ଫାର୍ମ ପ୍ରାଇଭେଟ ଲିମିଟେଡ଼ ରେ ଦୁଇଜଣ ମହିଳା ସୁରକ୍ଷା କର୍ମୀ ଙ୍କୁ ଫାର୍ମ ର ଦୁଇ ଜଣ ଅଧିକାରୀ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଅଛି। ଅଭିଯୋଗ ଅନୁଯାୟୀ ଫାର୍ମ ରେ ସୁରକ୍ଷା କର୍ମୀ ଭାବେ କାମ କରୁଥିବା ଦୁଇ ଜଣ ମହିଳା ଙ୍କୁ କମ୍ପାନୀ ଦାୟିତ୍ୱ ରେ ଥିବା ଡ଼ ଟି ଏଚ ସିଂ ଏବଂ ଅନୁରାଗ ମହାନ୍ତି ଦୀର୍ଘ ଦିନ ହେବ ବିଭିନ୍ନ ସମୟରେ କମ୍ପାନୀ ରେ କାମ କରୁଥିବା ବେଳେ ଅଶାଳୀନ ବ୍ୟବହାର କରୁଥିବା ଅଭିଯୋଗ ହୋଇଅଛି। ତେବେ ସୁରକ୍ଷା କର୍ମୀ ମାନେ ଏହାକୁ ବିରୋଧ କରିବାରୁ ତାଙ୍କୁ ଚାକିରୀ ରୁ କାଢି ଦିଆଗଲା। ଏ ନେଇ ରାସଗୋବିନ୍ଦପୁର ଥାନାରେ ଗତ ଡିସେମ୍ବର ୧୩ ତାରିଖରେ ଦୁଇ ଜଣ ପିଡିତା ଅଭିଯୋଗ କରିଛନ୍ତି। ଏ ନେଇ ରାସଗୋବିନ୍ଦପୁର ଥାନାରେ ଦଫା ୩୪୧,୩୫୪,୫୦୬,୩୪ରେ ମାମଲା ନମ୍ବର ୧୪୬/୨୦୧୯ ଓ ୧୪୭/୨୦୧୯ ରୁଜୁ କରାଯାଇଛି। ଘଟଣାରେ ରାସଗୋବିନ୍ଦପୁର ଥାନା ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୋଗ ହୋଇଥିବା ଦୁଇଜଣ ଙ୍କୁ ଗିରଫ କରିନାହିଁ ପୋଲିସ। ନିର୍ଯାତିତ ଦୁଇ ପିଡିତା ନ୍ୟାୟ ଭିକ୍ଷା କରିଛନ୍ତି। ତେବେ ଘଟଣା ରେ ପୋଲିସ ତଦନ୍ତ କରୁଥିବା କହିଥିବା ବେଳେ ଭେଙ୍କ ରିସର୍ଚ୍ଚ ଏଣ୍ଡ ବ୍ରିଡିଂ ଫାର୍ମ ପ୍ରାଇଭେଟ ଲିମିଟେଡ଼ ର ଅଧିକାରୀ ମାନେ ଏନେଇ କିଛି ପ୍ରତିକ୍ରିୟା ରଖିନାହାନ୍ତି।
ବାଇଟ-୧-ପିଡିତା
ବାଇଟ-୨-ପିଡିତା

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.