ETV Bharat / state

ଛାତ୍ରୀଙ୍କୁ ପ୍ରଧାନଶିକ୍ଷୟତ୍ରୀ ସ୍ବାମୀଙ୍କ ଅସଦାଚରଣ ଅଭିଯୋଗ - ପ୍ରଧାନଶିକ୍ଷୟତ୍ରୀଙ୍କ ସ୍ବାମୀଙ୍କ ଅସଦାଚରଣ

ପ୍ରଧାନଶିକ୍ଷୟତ୍ରୀଙ୍କ ସ୍ବାମୀଙ୍କ ଅସଦାଚରଣ । ରୁମକୁ ଡାକି ସିନ୍ଦୂର ଲଗାଇଥିବା ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Nov 1, 2019, 3:53 AM IST

ମୟୁରଭଞ୍ଜ: ବୈଶିଙ୍ଗା ଥାନା ଅଞ୍ଚଳର ଖୁଣ୍ଟାପୁରରେ ଥିବା ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ରାଣୀ ପତିଙ୍କ ସ୍ବାମୀ ଚିନ୍ମୟ ମିଶ୍ର ଉକ୍ତ ବିଦ୍ୟାଳୟରେ ପଢୁଥିବା ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ନିଜ ରୁମକୁ ଡାକି ନେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ପରେ ପ୍ରଧାନଶିକ୍ଷୟତ୍ରୀଙ୍କ ପତି ଚିନ୍ମୟ ମିଶ୍ର ପୀଡ଼ିତାଙ୍କୁ ସିନ୍ଦୂର, ବେଲପତ୍ର, ଅରୁଆ ଚାଉଳ ଦେଇ କହିଥିଲେ ଯେ, ଏହି ସିନ୍ଦୂର ଦେହରେ ଲଗାଇଲେ ଭଲ ପାଠ ହେବ। ଏହାପରେ ଚିନ୍ମୟ ମିଶ୍ର ନାବାଳିକା ଛାତ୍ରୀ ଜଣଙ୍କ ଦେହରେ ସିନ୍ଦୂର ଲଗାଇବା ସହ ଅସଦାଚରଣ କରିଥିବା ନେଇ ପୀଡିତା ଜଣଙ୍କ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏ କଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି ।

ପୀଡ଼ିତା ବୈଶିଙ୍ଗା ଥାନାରେ ଏତଲା ଦେବା ପରେ ବୈଶିଙ୍ଗା ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରିରଖିଛି । ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଫେରାର ଥିବା ବେଳେ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୋଲିସ ଥାନାକୁ ଆଣି ପଚରା ଉଚୁରା କରୁଛି । ଏହାପରେ ଅଭିଯୁକ୍ତ ଚିନ୍ମୟ ମିଶ୍ରଙ୍କ ବିରୋଧରେ ପୋକ୍ସୋ ଆଇନର ଧାରା ୮ ଓ ୧୨ ବ୍ୟତିତ ଅନ୍ୟ କେତେକ ଧାରାରେ ମାମଲା ରୁଜ୍ଜୁ କରାଯାଇଛି । ଅନ୍ୟପଟେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତାରାଣୀ ପତିଙ୍କ ସ୍ବାମୀ ଚିନ୍ମୟ ମିଶ୍ରଙ୍କୁ ଗିରଫ କରିବା ପାଇଁ ଅଞ୍ଚଳବାସୀ ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବୈଶିଙ୍ଗା ଥାନା ଅଞ୍ଚଳର ଖୁଣ୍ଟାପୁର ରେ ଥିବା ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। Body:ଅଭିଯୋଗ ଅନୁଯାୟୀ ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତାରାଣୀ ପତିଙ୍କ ସ୍ବାମୀ ଚିନ୍ମୟ ମିଶ୍ର ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ନିଜ ରୁମ କୁ ଡାକି ନେବା ପରେ ପ୍ରଧାନଶିକ୍ଷୟତ୍ରୀ ଙ୍କ ପତି ଚିନ୍ମୟ ମିଶ୍ର ପୀଡ଼ିତାଙ୍କୁ ସିନ୍ଦୂର, ବେଲପତ୍ର, ଅରୁଆ ଚାଉଳ ଦେଇ କହିଥିଲେ ଯେ ଏହି ସିନ୍ଦୂର ଦେହରେ ଲଗାଇଲେ ଭଲ ପାଠ ହେବ। ଏହାପରେ ଚିନ୍ମୟ ମିଶ୍ର ନାବାଳିକା ଛାତ୍ରୀ ଜଣଙ୍କ ଦେହରେ ସିନ୍ଦୂର ଲଗାଇବା ସହ ଅସଦାଚରଣ କରିଥିବା ନେଇ ପୀଡିତ ଜଣଙ୍କ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏ କଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିବା ଲିଖିତ ଅଭିଯୋଗ ପତ୍ର ରେ ରହିଛି। ପୀଡ଼ିତା ବୈଶିଙ୍ଗା ଥାନାରେ ଏତଲା ଦେବା ପରେ ବୈଶିଙ୍ଗା ପୋଲିସ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଉଦ୍ୟମ ଜରିରଖିଛି। ତେବେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସ୍ୱାମୀ ଫେରାର ଥିବା ବେଳେ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପୋଲିସ ଥାନା କୁ ଆଣି ପଚରା ଉଚର କରୁଛି। ଏହାପରେ ଅଭିଯୁକ୍ତ ଚିନ୍ମୟ ମିଶ୍ରଙ୍କ ବିରୋଧରେ ପୋକ୍ସୋ ଆଇନର ଧାରା ୮ ଓ ୧୨ ବ୍ୟତୀତ ଅନ୍ୟ କେତେକ ଧାରାରେ ମାମଲା ରୁଜ୍ଜୁ କରିଛି ପୁଲିସ। ଏଣେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତାରାଣୀ ପତିଙ୍କ ସ୍ବାମୀ ଚିନ୍ମୟ ମିଶ୍ରଙ୍କୁ ଗିରଫ କରିବାଲାଗି ଅଞ୍ଚଳବାସୀ ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ମାଡ଼ ପ୍ରକାଶ ପାଇଛି।Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.