ETV Bharat / state

ବର୍ଷା ବିତ୍ପାତ, ବଢୁଛି ବୁଢାବଳଙ୍ଗର ଜଳସ୍ତର - flood

ଲଘୁଚାପଜନିତ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି । ଅଧିକ ପଢନ୍ତୁ...

ବର୍ଷା ବିତ୍ପାତ; ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି

author img

By

Published : Sep 15, 2021, 8:15 AM IST

ବାରିପଦା : ଲଘୁଚାପ ଜନିତ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ବିତ୍ପାତ ଯୋଗୁଁ ଜିଲ୍ଲାର ପ୍ରମୁଖ ନଦୀ ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ସୋନରେ ଜଳସ୍ତର ବୃଦ୍ଧି ହୋଇଛି। ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହି ଥିବାରୁ ସୋନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ମହିଷାସୁରୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରଭାବିତ ହେଇଥିବାରୁ କପ୍ତିପଦା ଓ ପଦ୍ମପୋଖରୀ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଗମୀ ୨୪ଘଣ୍ଟା ମଧ୍ୟରେ ବର୍ଷା ପରିମାଣ ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନକୁ ଏସଆରସି ପକ୍ଷରୁ ସତର୍କତା ପ୍ରଦାନ କରାଯାଇଛି।

ବର୍ଷା ବିତ୍ପାତ; ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି

ବୁଢ଼ାବଳଙ୍ଗରେ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି । ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୪୫.୭୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୩ ତାରିଖରେ ଜିଲ୍ଲାରେ ହାରାହାରି ୩୫.୮୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସମସ୍ତ ୨୬ଟି ବ୍ଲକ୍‌କୁ ମିଶାଇ ଜିଲ୍ଲାରେ ମୋଟ ୧୧୮୮.୮ ମିମି ବର୍ଷା ରେକର୍ଡ କରାଯାଇଛି। ଜଳଭଣ୍ଡାର ଗୁଡ଼ିକରେ ବର୍ଷା ଜଳ ଅଧିକ ହେଉଥିବାରୁ ପାଣି ଛଡ଼ାଯାଉଛି। ଯାହା ଫଳରେ ତଳିଆ ଅଞ୍ଚଳର ଲୋକେ ପ୍ରଭାବିତ ହେଉଛନ୍ତି। ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.