ETV Bharat / state

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ, ପିସ୍ତଲ ସହ ବହୁ ମାରଣାସ୍ତ୍ର ଜବତ - ଡ଼କାୟତି

ଡ଼କାୟତି ଉଦ୍ୟମ କରୁଥିବା ବେଳେ ୯ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ମୟୂରଭଞ୍ଜ ପୋଲିସ । ଅଧିକ ପଢନ୍ତୁ...

ପୋଲିସ ପଞ୍ଝାରେ  ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ,  ପିସ୍ତଲ ସହ ବହୁ ମାରଣାସ୍ତ୍ର ଜବତ

author img

By

Published : Aug 10, 2021, 12:31 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ପୋଲିସକୁ ସଫଳତା । ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ମୟୂରଭଞ୍ଜ ପୋଲିସ। ରବିବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାର ଘାଗରବେଡା ଥାନା ଅନ୍ତର୍ଗତ ଘାଗରବେଡା ଅଞ୍ଚଳର ଜନୈକ ବ୍ୟବସାୟୀଙ୍କ ଘରେ ଡ଼କାୟତି ଉଦ୍ୟମ କରୁଥିବା ବେଳେ ୯ ଜଣ ଡକାୟତଙ୍କୁ ଧରିଥିଲା ଘାଗରବେଡା ଥାନା ପୋଲିସ। ତେବେ ସେମାନଙ୍କ ନିକଟରୁ ଗୋଟିଏ ଟାଟା ସଫାରି ଗାଡ଼ି, ଗୋଟିଏ ଅଟୋ ଓ ଗୋଟିଏ ଦେଶୀ ପିସ୍ତଲ ସମେତ ବହୁ ମାରଣାସ୍ତ୍ର ଜବତ କରିଛି ଘାଗରବେଡା ଥାନା ପୋଲିସ।

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ, ପିସ୍ତଲ ସହ ବହୁ ମାରଣାସ୍ତ୍ର ଜବତ

ଉକ୍ତ ଗ୍ୟାଙ୍ଗରେ ଝାଡଖଣ୍ଡ ରାଜ୍ୟର ୫ଜଣ ଡକାୟତ ଥିବା ବେଳେ ଓଡିଶା ରାଜ୍ୟର ଚାରିଜଣ ଡକାୟତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏ ନେଇ ଘାଗରବେଡା ଥାନାରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରି ସମସ୍ତଙ୍କୁ ଗତକାଲି ରାତିରେ କରଞ୍ଜିଆ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ତେବେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.