ETV Bharat / state

ମୟୂରଭଞ୍ଜରେ ମାତିଲେ ସୋଲାର ବ୍ୟାଟେରୀ ଚୋର, 3 ଅଭିଯୁକ୍ତ ଗିରଫ

author img

By

Published : Mar 19, 2020, 4:11 PM IST

ସୋଲାର ବ୍ୟାଟେରୀ ଚୋରି ଅଭିଯୋଗରେ 3 ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧିନରେ ଥିବା ଉମାଦେଇପୁର ପଞ୍ଚାୟତ ଘଣ୍ଟିଆବୁଡା ଗାଁର ଘଟଣା। ଅଧିକ ପଢନ୍ତୁ...

mayurbhanj latest news, mayurbhanj police arrested 3 solar battery thieves, solar battery thieves, ସୋଲାର ବ୍ୟାଟେରୀ ଚୋର, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜ ପୋଲିସ ହାତରେ 3 ସୋଲାର ବ୍ୟାଟେରୀ ଚୋର
ମୟୂରଭଞ୍ଜରେ ମାତିଲେ ସୋଲାର ବ୍ୟାଟେରୀ ଚୋର, 3 ଅଭିଯୁକ୍ତ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରୁ ସୋଲାର ବ୍ୟାଟେରୀ ଚୋରି କରି ଜେଲ ଗଲେ ତିନି ଅଭିଯୁକ୍ତ । ଗିରଫ ହୋଇଥିବା 3 ଜଣଙ୍କ ମଧ୍ୟରୁ 2 ଜଣ ଯୁବକ ହେଲେ ବଡ଼ଶଳ ଗ୍ରାମର ଦୀପକ ନାଏକ (25), ବୁଧରାୟ ସିଂ(25) ଓ ଝାରପୋଖରିଆ (ଅନ୍ଧାରି) ଅଞ୍ଚଳର ରାଜମତି ଚୌହାନ(45) । ପ୍ରକାଶ ଥାଉ କି, ରାଜମତି ସୁଦୂର ଉତ୍ତରପ୍ରଦେଶରୁ ଆସି ଝାରପୋଖରିଆ ଅଞ୍ଚଳରେ ମାଲଗୋଦାମ କରି ପୂର୍ବରୁ ଚୋରି ମାଲ କିଣାବିକା କରୁଥିଲା । ହେଲେ ପ୍ରମାଣ ଅଭାବରୁ ପୋଲିସ ହାତରୁ ବାରମ୍ବାର ବର୍ତ୍ତି ଯାଉଥିଲା ।

ତେବେ ଦୁଇ ଦିନ ପୂର୍ବରୁ ରାତିରେ କେହି ଦୁର୍ବୃତ୍ତ ଘଣ୍ଟିଆବୁଡା ମନ୍ଦିର ପରିସରରୁ ଗୋଟିଏ 12ଭୋଲ୍ଟର ସୋଲାର ବ୍ୟାଟେରୀ ଚୋରି କରି ନେଇଥିବାର ଅଭିଯୋଗ କରିଥିଲେ ଗ୍ରାମବାସୀ। ଝାରପୋଖରିଆ ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଚୋରି ଘଟଣାର ଛାନଭିନ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଫଳରେ ସମ୍ପୃକ୍ତ 2 ବ୍ୟାଟେରୀ ଚୋର ଓ ଚୋରି ଜିନିଷ କିଣାବିକା କରୁଥିବା ଜଣେ ମହିଳାଙ୍କୁ ଗିରଫ କରିବା ସହିତ ମୋଟ 6 ଟି ଚୋରା ବ୍ୟାଟେରୀ ଜବତ କରିଥିଲା ।

ଅଭିଯୁକ୍ତମାନେ ସୋଲାର ବ୍ୟାଟେରୀ ଚୋରି କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ଏନେଇ ଗୁରୁବାର ଝାରପୋଖରିଆ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ 3 ଜଣଙ୍କୁ କୋର୍ଟ ଚାଲାଣ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.