ETV Bharat / state

ବକେୟା ପାଉଣା ଦାବିରେ ଶ୍ରମିକଙ୍କ ଧାରଣା ପ୍ରଦର୍ଶନ

author img

By

Published : Dec 24, 2020, 9:28 PM IST

ବକେୟା ପାଉଣା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶ୍ରମିକ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ଏକମାତ୍ର ଶିଳ୍ପ କାରଖାନା ମୟୂରଭଞ୍ଜ ମେଟାଲ୍ସ ଲିମିଟେଡରେ କାମ କରୁଥିବା ଶ୍ରମିକ ଏହି ଧାରଣା ଦେଇଛନ୍ତି ।

ବକେୟା ପାଉଣା ଦାବିରେ ଶ୍ରମିକଙ୍କ ଧାରଣା ପ୍ରଦର୍ଶନ
ବକେୟା ପାଉଣା ଦାବିରେ ଶ୍ରମିକଙ୍କ ଧାରଣା ପ୍ରଦର୍ଶନ

ରାଇରଙ୍ଗପୁର: ବକେୟା ପାଉଣା ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶ୍ରମିକ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ଏକମାତ୍ର ଶିଳ୍ପ କାରଖାନା ମୟୂରଭଞ୍ଜ ମେଟାଲ୍ସ ଲିମିଟେଡ କୋରୋନା ଯୋଗୁଁ ବନ୍ଦ ପଡିଛି । ଫଳରେ ସେଠାରେ କାମ କରୁଥିବା ଶ୍ରମିକମାନେ କାମଧନ୍ଦା ଓ ବକେୟା ଦରମା ନପାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।

ତେଣୁ କାରଖାନାକୁ ଯଥାଶୀଘ୍ର ଖୋଲିବା ସହ ଶ୍ରମିକଙ୍କ ବକେୟା ଦରମା ପ୍ରଦାନ ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ବାମନଘାଟି ଶିଳ୍ପ ମଜଦୁର ସଂଘର ସଭାପତି ନିଗମାନନ୍ଦ ପଟ୍ଟନାୟକଙ୍କ ସହ ଶ୍ରମିକମାନେ ଏହି ଧାରଣାରେ ସାମିଲ ହୋଇଥିଲେ ।

ତେବେ ମୟୂରଭଞ୍ଜ ମେଟାଲ୍ସ ଲିମିଟେଡର କର୍ତ୍ତୃପକ୍ଷ ଯଥାଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେବାରୁ ଧାରଣାରୁ ଓହରିଥିଲେ ଶ୍ରମିକ ସଂଘ । ଆଗାମୀ ୧୫ ଦିନ ମଧ୍ୟରେ ଶ୍ରମିକଙ୍କ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ବାମନଘାଟି ମଜଦୁର ସଂଘର ସଭାପତି ନିଗମାନନ୍ଦ ପଟ୍ଟନାୟକ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.