ETV Bharat / state

Russia-Ukraine Conflict: ୟୁକ୍ରେନରେ ଫସିଛନ୍ତି ମୟୂରଭଞ୍ଜର ମେଡିକାଲ ଛାତ୍ର - ୟୁକ୍ରେନରେ ଫସିଛନ୍ତି ମୟୂରଭଞ୍ଜ ଛାତ୍ର

ୟୁକ୍ରେନରେ ଫସିଛନ୍ତି ମୟୂରଭଞ୍ଜର ମେଡିକାଲ ଛାତ୍ର । ପୁଅକୁ ଭାରତ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କଲେ ବାପାମାଆ । ଅଧିକ ପଢନ୍ତୁ

Russia-Ukraine Conflict: ୟୁକ୍ରେନରେ ଫସିଛନ୍ତି ମୟୂରଭଞ୍ଜର ଡାକ୍ତରୀ ଛାତ୍ର

author img

By

Published : Feb 25, 2022, 2:11 PM IST

ରାଇରଙ୍ଗପୁର: ୟୁକ୍ରେନ ଓ ଋଷିଆ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଘନ ଘନ ବୋମା ଓ ମିଜାଇଲ ମାଡରେ ଧ୍ବଂସବିଧ୍ବସ୍ତ ହେଉଛି ୟୁକ୍ରେନ । ସେଠାରେ ଧ୍ବଂସଲୀଳା ଜାରି ରହିଥିବାବେଳେ ଏଣେ ଓଡିଶାରେ ପିଲାଙ୍କ କଥା ଭାବି ଭାବି ଭୋକଶୋଷ ଭୁଲି ଯାଇଛନ୍ତି ବାପାମାଆ । କାରଣ ୟୁକ୍ରେନରେ ଡାକ୍ତରୀ ପଢିବାକୁ ଯାଇଥିବା ପୁଅ ସେଠାରେ ଫସି ରହିଛି । ଓଡିଶାରୁ ଅନେକ ଛାତ୍ରଛାତ୍ରୀ ଏବେ ୟୁକ୍ରେନରେ ଫସି ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୟୂରଭଞ୍ଜର ମେଡାକାଲ ଛାତ୍ର ପଙ୍କଜ କୁମାର ମହାନ୍ତ ।

Russia-Ukraine Conflict: ୟୁକ୍ରେନରେ ଫସିଛନ୍ତି ମୟୂରଭଞ୍ଜର ଡାକ୍ତରୀ ଛାତ୍ର

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଡମ୍ବରୁଧର ମହାନ୍ତ ଓ ତପସ୍ୱିନୀ ମହାନ୍ତଙ୍କ ପୁଅ ହେଉଛନ୍ତି ପଙ୍କଜ । ସେ ୟୁକ୍ରେନର ଖାରକିଭ୍ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିର ପଞ୍ଚମ ବର୍ଷର ଛାତ୍ର । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିମାନ ଚଳାଚଳ ବନ୍ଦ ରହିଥିବା କାରଣରୁ ପଙ୍କଜ ଓଡିଶା ଫେରିପାରି ନାହାନ୍ତି ଏବଂ ଭୟ ଆତଙ୍କ ମଧ୍ୟରେ ସେଠାରେ ରହିଛନ୍ତି ।

ସେପଟେ ବାପାମାଆ ପୁଅର ସୁରକ୍ଷାକୁ ନେଇ ଚିନ୍ତାରେ । କିପରି ସୁରକ୍ଷିତ ଭାବରେ ଭାରତକୁ ଫେରାଇ ଆଣିବେ ସେ ନେଇ ବାପାମାଆଙ୍କ ସହିତ ପରିବାରବର୍ଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ତେବେ ପଙ୍କଜ ଏବେ ସୁଦ୍ଧା ସୁରକ୍ଷିତ ଅଛନ୍ତି ଏବଂ ଭୟର ବାତାବରଣ ମଧ୍ୟରେ ରହି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.