ETV Bharat / state

ପେଟ୍ରୋଲ ପମ୍ପରେ ପଶିଲେ ହାତୀ, ରାସ୍ତାରେ ଖେଳାଇଲେ ଆତଙ୍କ - ମୟୂରଭଞ୍ଜ ହାତୀ ଉପଦ୍ରବ

ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ । ପେଟ୍ରୋଲ ପମ୍ପରେ ପଶି ଖେଳାଇଲେ ଆତଙ୍କ । ଅଧିକ ପଢନ୍ତୁ

ପେଟ୍ରୋଲ ପମ୍ପରେ ପଶିଲେ ହାତୀ, ରାସ୍ତାରେ ଖେଳାଇଲେ ଆତଙ୍କ

author img

By

Published : Nov 23, 2021, 11:15 AM IST

Updated : Nov 23, 2021, 11:49 AM IST

ରାଇରଙ୍ଗପୁର: ପେଟ୍ରୋଲ ପମ୍ପରେ ପଶିଲେ ହାତୀ । ଜାତୀୟ ରାଜପଥରେ ଆତଙ୍କ ଖେଳାଇବା ସହ ଏକର ଏକର ଧାନଫସଲ ଦଳି ଦେଲେ ହାତୀ ପଲ । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ । ଗତାକଲି ୪୯ ନଂ ଜାତୀୟ ରାଜପଥର ସିଙ୍ଗିଡା ନିକଟରେ କିଛି ସମୟ ଧରି ହାତୀ ଆତଙ୍କ ଖେଳାଇବା ସହ ସେଠାରେ ଥିବା ପେଟ୍ରୋଲ ପମ୍ପକୁ ଗୋଟିଏ ଦନ୍ତା ହାତୀ ପଶି ଯାଇଥିଲା। ଫଳରେ ହାତରେ ନିଆଁହୁଳା ଧରି ହାତୀକୁ ଘଉଡାଇବାକୁ ଲାଗିଥିଲେ ଲୋକେ । ଏଥି ସହ ଜାତୀୟ ରାଜପଥ ଉପରେ ଯିବା ସମୟରେ ଉଭୟ ପଟରେ କିଛି ସମୟ ପାଇଁ ଗାଡି ଅଟକି ରହିବା ସହ ଲୋକେ ଆତଙ୍କିତ ହୋଇଯାଇଥିଲେ ।

ପେଟ୍ରୋଲ ପମ୍ପରେ ପଶିଲେ ହାତୀ, ରାସ୍ତାରେ ଖେଳାଇଲେ ଆତଙ୍କ

ତେବେ ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଧାନ ଫସଲ ଖାଇବା ସହିତ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କରଞ୍ଜିଆ ରେଞ୍ଜ ଅଫିସର ପ୍ରବୀର ମୁର୍ମୁଙ୍କ ସୂଚନା ଅନୁଯାୟୀ ଦୁଧିଆଣି ରେଞ୍ଜ ଅଧୀନରେ ଥିବା ବାଘଦଫା ନିକଟରେ ଥିବା ଜଙ୍ଗଲରେ ୨୫ ଟିକିଆ ହାତୀପଲ ଥିବା ବେଳେ ସିଙ୍ଗିଡା ଫରେଷ୍ଟ ଅଧୀନରେ ଗୋଟିଏ ଦନ୍ତା ହାତୀ ଅଛି । କେବଳ ଫସଲ ଛାଡିଦେଲେ ହାତୀପଲ ଆଉ କୌଣସି କ୍ଷୟକ୍ଷତି କରି ନଥିବା ସୂଚନା ଦେଇଛନ୍ତି ରେଞ୍ଜ ଅଫିର । ସେପଟେ ଲୋକମାନେ ନିଆଁ ହୁଳା ଧରି ହାତୀକୁ ଘୋଉଡାଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବନବିଭାଗ କର୍ମଚାରୀ ମଧ୍ୟ ହାତୀ ଘଉଡେଇବା କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Nov 23, 2021, 11:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.