ETV Bharat / state

ବାହାଘର ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମୟୂରଭଞ୍ଜ ଜିଲ୍ଲାରେ ଵିଵାହ ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ବ ଝାଡାବାନ୍ତିରେ ଆକ୍ରାନ୍ତ । ବାରିପଦା ସହର ଷ୍ଟେସନ ବଜାର ମଣ୍ଡପରେ ଗତକାଲି ରାତିରେ ହୋଇଥିଲା ଵିଵାହ ଭୋଜି । ସମସ୍ତଙ୍କୁ ପିଆରଏମ ମେଡିକାଲ କଲେଜର ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

marriage-function-lunch-food-poision-in-baripada-150-person-affected
ବାହାଘର ଭୋଜି ଖାଇ ୧୫୦ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
author img

By

Published : Jan 28, 2020, 11:34 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଵିଵାହ ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ବାରିପଦା ସହର ଷ୍ଟେସନ ବଜାର ମଣ୍ଡପରେ ଗତକାଲି ରାତିରେ ହୋଇଥିଲା ଵିଵାହ ଭୋଜି । ସମସ୍ତଙ୍କୁ ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ବାହାଘର ଭୋଜି ଖାଇ ୧୫୦ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ବାରିପଦା ଷ୍ଟେସନ ବଜାରର ମଣ୍ଡପରେ ଝିଅ ବାହାଘର ଭୋଜି ଖାଇବା ପରେ ପେଟବ୍ୟଥା ସହ ବାନ୍ତି ହୋଇଥିଲା । ଫଳରେ ବିଳମ୍ବିତ ରାତିରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ବାରିପଦା ସହର ର ତୁଳସୀ ଚଉରା ଅଞ୍ଚଳରୁ ବରଯାତ୍ରୀ ଆସିଥିଲେ । ତେବେ ଭୋଜିଭାତରେ ଉଭୟ ବରଯାତ୍ରୀ ଏବଂ କନ୍ୟା ଯାତ୍ରୀ ମାଂସ ଭାତ ସହ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥିଲେ କିନ୍ତୁ କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପେଟ ବ୍ୟଥା ଏବଂ ମୁଣ୍ଡ ବୁଲାଇବାରୁ ମଧ୍ୟରାତ୍ରରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଥିବାବେଳେ ୫୦ରୁ ଊର୍ଦ୍ଧ୍ବ ଛୋଟ ଛୁଆ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଚାରିଜଣିଆ ଡ଼ାକ୍ତରୀ ଟିମ ନିୟୋଜିତ ଥିବାବେଳେ ସମସ୍ତ ରୋଗୀ ଏବେ ବିପଦ ମୁକ୍ତ ଅଛନ୍ତି ବୋଲି ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି । ତେବେ ବିଜେପି ରାଜ୍ୟସଭାପତି ସମୀର ମହାନ୍ତି ଆକ୍ରାନ୍ତ ରୋଗୀଙ୍କୁ ମେଡିକାଲରେ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

Intro:ଵିଵାହ ଭୋଜି ଖାଇ ୧୫୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ। ବାରିପଦା ସହର ଷ୍ଟେସନ ବଜାର ମଣ୍ଡପରେ ଗତକାଲି ରାତିରେ ହୋଇଥିଲା ଵିଵାହ ଭୋଜି।Body:ବିବାହ ଭୋଜିଖାଇ ଝାଡାବାନ୍ତି ରେ ଆକ୍ରାନ୍ତ ହେଲେ ୧୫୦ ରୁ ଉର୍ଦ୍ଧ୍ବ। ଗତକାଲି ବାରିପଦା ଷ୍ଟେସନ ବଜାର ର ଏକ ମଣ୍ଡପରେ ଝିଅ ବାହାଘର ଭୋଜି ଖାଇବା ପରେ ପେଟବଥା ସହ ବାନ୍ତି ହୋଇଥିଲା ଫଳରେ ବିଳମ୍ବିତ ରାତ୍ରିରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା। ବାରିପଦା ସହର ର ତୁଳସୀ ଚଉରା ଅଞ୍ଚଳରୁ ବରଯାତ୍ରୀ ଆସିଥିଲେ ତେବେ ବିବାହରେ ଭୋଜିଭାତରେ ଉଭୟ ବରଯାତ୍ରୀ ଏବଂ କନ୍ୟା ଯାତ୍ରୀ ମାଂସ ଭାତ ସହ ବିଭିନ୍ନ ପ୍ରକାର ର ଖାଦ୍ୟ ଖାଇଥିଲେ କିନ୍ତୁ କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଅନେକ ଙ୍କୁ ପେଟ ବ୍ୟଥା ଏବଂ ମୁଣ୍ଡ ବୁଲାଇ ବାରୁ ମଧ୍ୟରାତ୍ରରେ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା। ତେବେ ବୟସ୍କ ବ୍ୟକ୍ତି ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଛୋଟ ଛୁଆ ଏବେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଚରିଜଣିଆ ଡ଼ାକ୍ତରୀ ଟିମ ନିୟୋଜିତ ଥିବାବେଳେ ସମସ୍ତ ଆକ୍ରାନ୍ତ ରୋଗୀ ଏବେ ବିପଦ ମୁକ୍ତ ଅଛନ୍ତି ବୋଲି ଡ୍ୟୁଟି ରେ ଥିବା ଡାକ୍ତର କହିଛନ୍ତି। ତେବେ ବିଜେପି ରାଜ୍ୟସଭାପତି ସମୀର ମହାନ୍ତି ବିବାହ ଭୋଜି ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀ ଙ୍କୁ ମେଡିକାଲ ରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।
ବାଇଟ-୧-ମହମ୍ମଦ ଆୟୁର-ଭୋଜୀ ଖାଇଥିବା ବ୍ୟକ୍ତି
ବାଇଟ-୨-ସରୋଜ କୁମାର ଦାସ-ସାହି ବାସିନ୍ଦା
ବାଇଟ-୩-ଡାକ୍ତର-ଶିଶୁରୋଗ ବିଶେଷଜ୍ଞ
ବାଇଟ-୪-ସମୀର ମହାନ୍ତି-ରାଜ୍ୟସଭାପତି-ବିଜେପିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.