ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ 27 ଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ବହୁ ଛାତ୍ରୀ ଅସୁସ୍ଥ । କାରଣ ଅସ୍ପଷ୍ଟ , ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇଙ୍ଗପୁର
author img

By

Published : Sep 22, 2019, 10:23 PM IST

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଘୋସଦା ମା ଅମ୍ବିକା ଏଲଏମ ବାଳିକା ବିଦ୍ୟାଳୟର ୨୭ ଜଣ ହଷ୍ଟେଲ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡିଛନ୍ତି । ଆଜି ମଧ୍ୟାହ୍ନ ଭୋଜନରେ ହଷ୍ଟେଲର ୫୦ ରୁ ଅଧିକ ଛାତ୍ରୀ ମଧ୍ୟାହ୍ନ ଭୋଜନରେ ଭାତ ଓ ଶାଗ ଖାଇଥିଲେ। ସେଥିରୁ ୨୭ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ ହଷ୍ଟେଲରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇଙ୍ଗପୁର

ହଷ୍ଟେଲରୁ ତୁରନ୍ତ ଅସୁସ୍ଥ ଛାତ୍ରୀଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ୩ ଜଣ ଛାତ୍ରୀ ଗୁରୁତର ଅସୁସ୍ଥ ଥିବା ଜଣାପଡିଛି । ଏପରି ଅଭାବନୀୟ ଘଟଣା ସମ୍ପର୍କରେ ସ୍କୁଲ ଅଧିକ୍ଷକ କିମ୍ବା ଅନ୍ୟ ଶିକ୍ଷକ ମାନେ ମୁହଁ ଖୋଲୁ ନଥିବା ବେଳେ ସ୍କୁଲ ପରିଚାଳନାରେ ବ୍ୟାପକ ତୃଟିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ସୂଚନା ଦେବା ପରିବର୍ତ୍ତେ ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରାଯାଉଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଘୋସଦା ମା ଅମ୍ବିକା ଏଲ .ଏମ ବାଳିକା ବିଦ୍ୟାଳର ୨୭ ଜଣ ହୋଷ୍ଟେଲ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଘୋସଦା ଅମ୍ବିକା ଏଲ ଏମ ବାଳିକା ବିଦ୍ୟାଳୟର ଛାତ୍ରୀ ନିବାସରେ। ଆଜି ଦିନ ଦୁଇ ଘଟିକା ସମୟରେ ହୋଷ୍ଟେଲର ୫୦ ରୁ ଅଧିକ ଛାତ୍ରୀ ମଧ୍ୟାହ୍ନ ଭୋଜନ ରେ ଭାତ ଏବଂ ଶାଗ ତରକାରୀ ଖାଇଥିଲେ। ସେଥିରୁ ୨୭ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ ହୋଷ୍ଟେଲ ରେ। ତେବେ ହୋଷ୍ଟେଲ ରୁ ତୁରନ୍ତ ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଆଣି ଭର୍ତ୍ତି କରିଥିବା ବେଳେ ୩ ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ଥିବା ବେଳେ ଅନ୍ୟ ଛାତ୍ରୀ ମାନେ ଅସୁସ୍ଥ ଅନୁଭବ କରୁଥିବା ଦେଖିବାକୁ ମିଳିଛି । ତେବେ ଏପରି ଅଭାବନୀୟ ଘଟଣା ସମ୍ପର୍କରେ ସ୍କୁଲ ଅଧିକ୍ଷକ କିମ୍ବା ଅନ୍ୟ ଶିକ୍ଷକ ମାନେ ମଧ୍ୟ ମୁହଁ ଖଲୁ ନଥିବା ବେଳେ ସ୍କୁଲ ପରିଚାଳନା ରେ ବ୍ୟାପକ ତୃଟି ଥିବା ଅନୁମାନ କରାଯାଉଛି ।ତେବେ ଘଟଣା ସମ୍ପର୍କରେ ସୂଚନା ଦେବା ପରିବର୍ତ୍ତେ ଘଟଣା ସମ୍ପର୍କରେ ଲୁଚାଇବା ବେଶୀ ସନ୍ଦେହ ସୃଷ୍ଟି କରିଛି । ସେହିପରି ଛାତ୍ରୀ ମାନେ ମଧ୍ୟ କିଛି ନ କହିବା ସ୍କୁଲ ପରିଚାଳନା ରେ ତ୍ରୁଟି ଥିବା ପଦାରେ ପଡି ଯିବାର ଭୟ ରେ କେହି ମୁହଁ ଖଲୁ ନ ଥିବା ପରିଲକ୍ଷିତ ହୋଇଛି ।ତେବେ ଏପରି ଏକ ସମ୍ବେଦନଶୀଳ ଘଟଣା କୁ ମେଡ଼ିକାଲ କର୍ତ୍ତୃପକ୍ଷ ଅତି ଗୁରୁତର ସହ ନେଇ ଛାତ୍ରୀ ମାନଙ୍କୁ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି ।
ବାଇଟ- କ୍ଷେତ୍ରବାସି ଦାସ , SDMO, Karanjia.Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.