ETV Bharat / state

ସୋନାଚାନ୍ଦି ବସରୁ ବାହାରିଗଲା ଚକ, ୧୦ ଯାତ୍ରୀ ଆହତ - ମୟୂରଭଞ୍ଜରେ ବସ ଦୁର୍ଘଟଣା

ମୟୂରଭଞ୍ଜ ୮ ନମ୍ବର ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଓଭରବ୍ରିଜରେ ଚଳନ୍ତା ବସରୁ ଚକା ବାହାରିବା ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଚଳନ୍ତା ବସର ବାହାରିଗଲା ଚକ, ୧୦ ଯାତ୍ରୀ ଆହତ
ଚଳନ୍ତା ବସର ବାହାରିଗଲା ଚକ, ୧୦ ଯାତ୍ରୀ ଆହତ
author img

By

Published : Apr 13, 2022, 11:55 AM IST

ବାରିପଦା: ମୟୂରଭଞ୍ଜରେ ବସ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ଦେଇଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ନିକଟରେ ଭୁବନେଶ୍ବରରୁ ବାରିପଦା ଆସୁଥିବା ସୋନାଚାନ୍ଦି ବସ ଦୁର୍ଘଟଣା ହୋଇଛି । ଫଳରେ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଚଳନ୍ତା ଗାଡିରୁ ଚକ ବାହାରିଯିବା ଫଳରେ ଏହି ଦୁର୍ଘଟଣା ଘଟିଛି ।

ଚଳନ୍ତା ବସର ବାହାରିଗଲା ଚକ, ୧୦ ଯାତ୍ରୀ ଆହତ

ସୂଚନାଅନୁସାରେ, ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ଦେଇଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଓଭର ବ୍ରିଜରେ ଭୁବନେଶ୍ୱରରୁ ବାରିପଦା ଆସୁଥିବା ବେଳେ ସୋନାଚାନ୍ଦୀ ବସର ଚକା ବାହାରି ଯିବାରୁ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ତେବେ ବସଟି ଅଳ୍ପକେ ଓଭର ବ୍ରିଜ ତଳକୁ ଖସିବାରୁ ବର୍ତ୍ତି ଯାଇଛି । ଦୁର୍ଘଟଣା ପରେ ଆହତ ଯାତ୍ରୀ ମାନଙ୍କୁ ବାରିପଦା ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.