ରାଇରଙ୍ଗପୁର : ମଣଦା ଗ୍ରାମପଞ୍ଚାୟତକୁ 4ଦିନ ସଟଡାଉନ ଘୋଷଣା କଲେ ସରପଞ୍ଚ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ମଣଦା ଅଞ୍ଚଳରେ ୨ ଜଣ କୋରୋନା ସଂକ୍ରମିତ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସଟଡାଉନ୍ ନିଷ୍ପତ୍ତି ନିଆଯାଇଛି ।
ବାମନଘାଟୀ ଉପଖଣ୍ଡରେ ଦିନକୁ ଦିନ ସ୍ଥାନୀୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ମଣଦା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ସାବିତ୍ରୀ ନାଏକ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ୯୬ ଘଣ୍ଟା ପାଇଁ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି । ୨ ଜଣ କୋରୋନା ସଂକ୍ରମିତ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସଟଡାଉନ୍ ନିଷ୍ପତ୍ତି ନିଆଯାଇଛି । ତେବେ ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ଉଭୟଙ୍କୁ ବାଙ୍କିଶୋଳ ସ୍ଥିତ କିମ୍ସ କୋଭିଡ ହୋସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ବ୍ଲକ ପ୍ରଶାସନ ।
ମଣଦା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ବଡ଼ମଣଦା ଗ୍ରାମ ପଞ୍ଚାୟତ ର ମହିଳା ସରପଞ୍ଚ ମଣଦା ଗ୍ରାମର ୱାର୍ଡ ନଂ ୧୨ ଓ ୧୩ ସମେତ ମଣଦା ବଜାରକୁ ଗତକାଲି ଗୁରୁବାର ସକାଳ ୬.୦୦ ଠାରୁ ସୋମବାର ସକାଳ ୬.୦୦ ଟା ପର୍ଯ୍ୟନ୍ତ ୯୬ ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି ।ସଟଡାଉନ ସମୟରେ ଜରୁରୀ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯିବ ବୋଲି ସରପଞ୍ଚ କହିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ