ETV Bharat / state

ପୋଲିସର ଦାୟିତ୍ବହୀନତା ପାଇଁ ଡବଲ ମର୍ଡର, କନେଷ୍ଟବଳ ନିଲମ୍ବିତ - constable suspended

ପୋଲିସ ନୀରବଦ୍ରଷ୍ଟା ପାଇଁ ଯାଇଛି ଦୁଇ ନିରୀହ ଜୀବନ । ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀଙ୍କ ତୁମୁଳ କାଣ୍ଡ। ଘଟଣାରେ ଜଣେ କନେଷ୍ଟବଳ ନିଲମ୍ବିତ ପରେ ପରିସ୍ଥିତି ଶାନ୍ତ ପଡିଛି । ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 17, 2019, 11:29 PM IST

ବାରିପଦା: ମୋରଡ଼ା ଥାନା ଖୁଣ୍ଟାପାଳ ଗାଁରେ ଘଟିଛି ଡବଲ ମର୍ଡର। ସ୍ତ୍ରୀର ଅନୈତିକ ସମ୍ପର୍କକୁ ସନ୍ଦେହ କରି ଶ୍ବଶୁର ଘରେ ସ୍ତ୍ରୀ ସହ ଶାଶୁକୁ ଅତି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୃତ୍ତ। ସକାଳ 6ଟା ସମୟରେ ଏହି ଘଟଣା ଘଟିଛି । ପୂର୍ଣ୍ଣଚନ୍ଦ୍ର ମହାନ୍ତ ନିଜ ଶାଶୁ ସୁନିତା ମହାନ୍ତ ଓ ସ୍ତ୍ରୀ ମମତା ମହାନ୍ତଙ୍କୁ କୁରାଢ଼ୀରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ମୋରଡ଼ା ପୋଲିସ ପହଞ୍ଚି ହତ୍ୟାକାରୀକୁ ଗିରଫ କରିବା ସହ ପୋଲିସ ଗାଡ଼ିରେ ଥାନାକୁ ନେଉଥିବା ବେଳେ ବିରୋଧ କରିବା ସହ ହତ୍ୟାକାରୀକୁ ମାଡ ମାରିଛନ୍ତି ଗ୍ରାମବାସୀ । ମୃତ ମମତା ଓ ସୁନିତା ପୂର୍ବରୁ ପୋଲିସରେ ନିଜ ଜୀବନ ବିପଦରେ ଥିବା ଜଣାଇଥିଲେ ମଧ୍ୟ ପୋଲିସ ଏତଲା ଗ୍ରହଣ କରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଗତ କିଛିଦିନ ହେବ ପୂର୍ଣ୍ଣଚନ୍ଦ୍ର ଉଭୟ ଶାଶୁ ଓ ସ୍ତ୍ରୀଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଥିଲା। ମୃତ ମା ଓ ଝିଅ ହତ୍ୟା ଧମକ ପାଇବା ପରେ ଭୟଭୀତ ହୋଇ ଦୁଇ ଦୁଇ ଥର ମୋରଡ଼ା ଥାନାରେ ଅଭିଯୋଗ କରିବା ସହ ହତ୍ୟାକାରୀ ଙ୍କ ବିରୁଦ୍ଧରେ ଏତଲା ଦେବା ପାଇଁ ଯାଇଥିଲେ। ହେଲେ ପୋଲିସ ଏତଲା ଗ୍ରହଣ କରି ନ ଥିବା ବେଳେ ଓଲଟା ଉଭୟଙ୍କୁ ଦୁର୍ବ୍ୟବହାର କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡ ଘଟିବା ପରେ ଘଟଣାସ୍ଥଳରେ ମୋରଡ଼ା ପୋଲିସ ପହଞ୍ଚି ହତ୍ୟାକାରୀକୁ ଗିରଫ କରିବା ସହ ପୋଲିସ ନିଜ ଗାଡ଼ିରେ ଥାନାକୁ ନେଇ ଆସୁଥିବା ବେଳେ ବିରୋଧ କରିଥିଲେ ଗ୍ରାମବାସୀ । ଥାନାରେ ଏତଲା ଗ୍ରହଣ କରି ନଥିବା ପୋଲିସ ଅଫିସjଙ୍କୁ ନିଲମ୍ବିତ କରା ନଗଲେ ଗାଡି କିମ୍ବା ଅଭିଯୁକ୍ତଙ୍କୁ ଛାଡିବେ ନାହିଁ ବୋଲି ଗ୍ରାମବାସୀମାନେ କହିଥିଲେ । ଉତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତ ବସିଥିବା ପୋଲିସ ଗାଡିକୁ ଭଙ୍ଗାରୁଜା କରିବା କରିବା ସହ ଅଭିଯୁକ୍ତକୁ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଥିଲେ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଅତିରିକ୍ତ ଏସପି, ମାଜିଷ୍ଟ୍ରେଟଙ୍କ ସହ ବିଜେପି ଜିଲ୍ଲା ସଭାପତି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଘଟଣାର ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ମାଜିଷ୍ଟ୍ରେଟ ଓ ଅତିରିକ୍ତ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ । ଏହି ଘଟଣାରେ ଜଣେ କନେଷ୍ଟବଳ ଶଙ୍କର ଟୁଡୁଙ୍କୁ ନିଲମ୍ବନ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

FSD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.