ETV Bharat / state

ବଡ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ

author img

By

Published : Nov 9, 2021, 7:40 PM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାନଭାଇଙ୍କୁ ଟାଙ୍ଗିଆରେ ହାଣି ମୃତ୍ୟୁୁମୁଖକୁ ଠେଲି ଦେଲା ବଡ଼ ଭାଇ । ମୟୁରଭଞ୍ଜ ଠାକୁରମୁଣ୍ଡା ଥାନା ତାଳପଦା ଗ୍ରାମପଞ୍ଚାୟତ ସରାଷପୋଷୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ବଡ ଭାଇ ର ଟାଙ୍ଗିଆ ଚୋଟରେ ସାନଭାଇ ମୃତ
ବଡ ଭାଇ ର ଟାଙ୍ଗିଆ ଚୋଟରେ ସାନଭାଇ ମୃତ

ରାଇରଙ୍ଗପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାନଭାଇଙ୍କୁ ଟାଙ୍ଗିଆରେ ହାଣି ମୃତ୍ୟୁୁମୁଖକୁ ଠେଲି ଦେଲା ବଡ଼ ଭାଇ । ମୟୁରଭଞ୍ଜ ଠାକୁରମୁଣ୍ଡା ଥାନା ତାଳପଦା ଗ୍ରାମପଞ୍ଚାୟତ ସରାଷପୋଷୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କକାପୁଅ ଭାଇର ଟାଙ୍ଗିଆ ଆକ୍ରମଣରେ ସାନଭାଇର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ସେହି ଗାଁରେ ଲକ୍ଷ୍ମୀଧର ନାଏକ ବୋଲି ଜଣା ପଡ଼ିଛି ।

ବଡ ଭାଇ ର ଟାଙ୍ଗିଆ ଚୋଟରେ ସାନଭାଇ ମୃତ

ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି । ସ୍ବର୍ଗତ ରାବଣ ନାଏକଙ୍କ ପୁଅ ଲକ୍ଷ୍ମୀଧର ଗାଁର ଜଣେ ବ୍ୟକ୍ତିଙ୍କ ବିଲକୁ ପାଚିଲା ଧାନ କାଟିବାକୁ ଯାଇଥିଲେ । ଏହି ସମୟରେ କୌଣସି ଜିନିଷ କିଣିବାକୁ ଗାଁ ମଝିରେ ଥିବା ଏକ ଦୋକାନକୁ ଆସି ଥିବା ବେଳେ ତାଙ୍କର କକା ପୁଅ ଭାଇ କୃଷ୍ଣ ନାଏକ ହଠାତ ଏକ ଟାଙ୍ଗିଆରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲକ୍ଷ୍ମୀଧର ପଡି ଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା ।

ଲକ୍ଷ୍ମୀଧରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କୃଷ୍ଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ପୂର୍ବ ଶତ୍ରୁତାୁକୁ ନେଇ କୃଷ୍ଣ ଏହି ହତ୍ୟାକାଣ୍ଡ ଭିଆଇଥିବା ଆଲୋଚନା ହେଉଛି । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.