ETV Bharat / state

୨୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା, ପାଇଲେ ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ମହିଳା - SUBHADRA SCHEME ASSISTANCE

ସୁନ୍ଦରଗଡରୁ ସୁଭଦ୍ରା ଟଙ୍କା ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥର ପାଇଲେ 20 ଲକ୍ଷ ମହିଳା ।

Subhadra scheme financial assistance
Subhadra scheme financial assistance (Subhadra scheme financial assistance)
author img

By ETV Bharat Odisha Team

Published : Nov 24, 2024, 2:22 PM IST

Updated : Nov 24, 2024, 4:31 PM IST

ଭୁବନେଶ୍ୱର: ଆଜି (ନଭେମ୍ବର 24)ରେ ହିତାଧିକାରୀଙ୍କ ଖାତାକୁ ଆସିଛି ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା । ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା 22 ପ୍ରତିଶତ ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ସହାୟତା ରାଶି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା 20 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଲେ ରାଜ୍ୟ ସରକାର । ସୁନ୍ଦରଗଡ କାର୍ଯ୍ୟକ୍ରମରୁ 20 ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଓ ସାଂସଦ ଉପସ୍ଥିତ । ଏପଟେ ଝାରସୁଗୁଡା ଗସ୍ତ ସମୟରେ ଜିଲ୍ଲାର ସର୍ବାଧିକ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

"ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା 2 ଲକ୍ଷ 67 ହଜାର ମହିଳାଙ୍କ ଆବେଦନପତ୍ରର ଯାଞ୍ଚ ଶେଷ ହୋଇଛି । ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ମହିଳାଙ୍କୁ ସହାୟତା ମିଳିବ । ବାକି ଯେଉଁ ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡ଼ିଛନ୍ତି, ସେମାନଙ୍କର ମଧ୍ୟ ତଥ୍ୟ ଯାଞ୍ଚ ପାଇଁ ବ୍ଲକସ୍ତରକୁ ରିପୋର୍ଟ ଯାଇଛି । ସେଠି ସମାଧାନ ହୋଇଗଲେ, ସେମାନଙ୍କୁ ଡିସେମ୍ବରରେ ଟଙ୍କା ମିଳିବ," ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କ ଆବେଦନ ବିଭିନ୍ନ କାରଣରୁ ରିଜେକ୍ଟ ହୋଇଥିଲା । ରିଜେକ୍ଟ ହୋଇଥିବା ପ୍ରାୟ 22 ପ୍ରତିଶତ ଆବେଦନ କରେକ୍ସନ ହୋଇଛି ବୋଲି ଗତକାଲି ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଏହା ବି ପଢନ୍ତୁ- କାଲି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା, ରିଜେକ୍ଟ ହୋଇଥିବା 22% ହିତାଧିକାରୀଙ୍କୁ ମିଳିବ ସହାୟତା: ଉପମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ଡିସେମ୍ବର ସୁଦ୍ଧା କୋଟିଏଙ୍କୁ ମିଳିବ ସୁଭଦ୍ରା ଟଙ୍କା, 3ୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀ ପାଇବେ ସହାୟତା: ଉପ ମୁଖ୍ୟମନ୍ତ୍ରୀ

ମିଳିଲା ସୁଭଦ୍ରା ଟଙ୍କା-

  • ସୁୁନ୍ଦରଗଡରୁ ସୁଭଦ୍ରା ଭେଟି
  • ମିଳିଲା ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା
  • ସୁନ୍ଦରଗଡରୁ ଟଙ୍କା ଛାଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ
  • ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ମିଳିଲା ଟଙ୍କ

ଦୁଇଟି ପର୍ଯ୍ୟାୟରେ ମିଳିସାରିଛି ସୁଭଦ୍ରା ସହାୟତା-

ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ 60 ଲକ୍ଷ 27 ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି । ଆଜି ଆଉ 20 ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ସୁନ୍ଦରଗଡ କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ଛାଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

5 ଲକ୍ଷ ଆବେଦନ ମିସ୍ ମ୍ୟାଚ-

ଏଯାଏଁ ସୁଭଦ୍ରା ଯୋଜନାରରେ 5 ଲକ୍ଷ ଆବେଦନ ମିସ ମ୍ୟାଚ୍ ହୋଇରହିଛି । ଏଯାଏଁ ଏହି ସମସ୍ତ ଆବେଦନର ସମାଧାନ ହୋଇନାହିଁ ।

ଡିସେମ୍ବର ସୁଦ୍ଧା ଏକ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା-

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା 1କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମିଳିସାରିଛି ସୁଭଦ୍ରା ଟଙ୍କା ।

ତୃତୀୟ ପର୍ଯ୍ୟାୟରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା-

ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ଅଙ୍ଗନଓ୍ୱାଡିକର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ।

ବିଜେପି ସରକାରର ଫ୍ଲାଗସିପ୍ ଯୋଜନା ହେଲା 'ସୁଭଦ୍ରା ଯୋଜନା' । ନିର୍ବାଚନ ସମୟରେ ମହିଳା ଭୋଟ ଆଖିରେ ରଖି ଏପରି ପ୍ରତିଶୃତି ଦେଇଥିଲା ବିଜେପି । ଗତ ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀ ଆଗାମୀ 5 ବର୍ଷ ପାଇଁ ବର୍ଷକୁ ଦୁଇଟି କିସ୍ତିରେ 5 ହଜାର ଲେଖାଏଁ 10 ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ । ଗୋଟିଏ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ଏବଂ ଅନ୍ୟ କିସ୍ତିଟି ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ-8)ରେ ମିଳିବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 24, 2024, 4:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.