ETV Bharat / state

ସ୍ତ୍ରୀର ଚରିତ୍ରକୁ ନେଇ ସ୍ବାମୀର ଆତ୍ମହତ୍ୟା ! ଭିଡିଓ ଭାଇରାଲ.. - rairangpur news

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମକୁରାଡି ଗ୍ରାମରେ ସ୍ତ୍ରୀର ଚରିତ୍ରକୁ ନେଇ ସ୍ବାମୀ ଆତ୍ମହତ୍ୟା କରିଥିବା ସନ୍ଦେହ । ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ଭିଡିଓ ମେସେଜ କରି ଛାଡିଛନ୍ତି । ଅଧିକ ପଢନ୍ତୁ...

man-commits-suicide-over-wife-character-video-goes-viral
ସ୍ତ୍ରୀର ଚରିତ୍ରକୁ ନେଇ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ,ଭିଡିଓ ଭାଇରାଲ
author img

By

Published : Jun 2, 2020, 9:47 PM IST

ରାଇରଙ୍ଗପୁର: ସ୍ତ୍ରୀର ଚରିତ୍ରକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ବଡାମକୁରାଡି ଗ୍ରାମରେ ।

ସ୍ତ୍ରୀର ଚରିତ୍ରକୁ ନେଇ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ,ଭିଡିଓ ଭାଇରାଲ

ସୂଚନା ଅନୁଯାୟୀ ବଡାମକୁରାଡି ଗ୍ରାମ ଜାମୁଡି ସାହିର ବିବାହିତା ଯୁବକ ପିଣ୍ଟୁ ଦଳେଇଙ୍କୁ ନିଜ ଗୁହାଳ ଘରେ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ସ୍ତ୍ରୀ ପରିବାର ଲୋକଙ୍କୁ ଜଣାଇଥିଲେ । ଏ ନେଇ ପରିବାର ଲୋକେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ ।

ତେବେ ମୃତକଙ୍କ ମୋବାଇଲରୁ ଏକ ଭିଡିଓ ମିଳିଥିବାରୁ ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୃତକଙ୍କ ସ୍ତ୍ରୀ ସୁମତିଙ୍କ ଅନ୍ୟ କୌଣସି ଯୁବକ ସହ ଅନୈତିକ ସଂପର୍କ ବିଷୟରେ ଜାଣିବା ପରେ ଅତିଷ୍ଠ ହୋଇ ଏପରି ଚରମ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଥିଲେ । ତେବେ ଦେଖିବା ପାଇଁ ବାକି ରହିଲା ତଦନ୍ତ ପରେ ପୋଲିସ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.