ETV Bharat / state

ମକରପର୍ବ ପାଇଁ ଉତ୍ସବମୁଖର କୁଡୁମୀ ସମ୍ପ୍ରଦାୟ, ଶେଷ ପର୍ଯ୍ୟାୟରେ ମୂର୍ତ୍ତୀ ନିର୍ମାଣ - ଶେଷ ପର୍ଯ୍ୟାୟରେ ମୂର୍ତ୍ତି ନିର୍ମାଣ

କୁଡୁମୀ ସମ୍ପ୍ରଦାୟର ଲୋକେ ମକରରେ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଦେବୀଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଧିକ ପଢନ୍ତୁ..

ମକରପର୍ବ ପାଇଁ ଉତ୍ସବମୁଖର କୁଡୁମୀ ସମ୍ପ୍ରଦାୟ: ଶେଷ ପର୍ଯ୍ୟାୟରେ ମୂର୍ତ୍ତି ନିର୍ମାଣ
ମକରପର୍ବ ପାଇଁ ଉତ୍ସବମୁଖର କୁଡୁମୀ ସମ୍ପ୍ରଦାୟ: ଶେଷ ପର୍ଯ୍ୟାୟରେ ମୂର୍ତ୍ତି ନିର୍ମାଣ
author img

By

Published : Jan 14, 2020, 2:53 PM IST

ବାରିପଦା: ଗଣପର୍ବ ମକରକୁ ନେଇ ଉତ୍ସବମୁଖର ମୟୂରଭଞ୍ଜ। କୁଡୁମୀ ସମ୍ପ୍ରଦାୟର ଲୋକେ ମକରରେ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଦେବୀଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ମକରପର୍ବ ପାଇଁ ଉତ୍ସବମୁଖର କୁଡୁମୀ ସମ୍ପ୍ରଦାୟ: ଶେଷ ପର୍ଯ୍ୟାୟରେ ମୂର୍ତ୍ତୀ ନିର୍ମାଣ

ଅନ୍ୟପଟେ ହାଟ ବଜାରରୁ ନୂଆ ଲୁଗା ସହ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଭିଡ ପରିଲକ୍ଷିତ ହୋଇଛି। ଏହି ପର୍ବରେ ସମସ୍ତେ ନୂଆ ଲୁଗା କିଣିବା ସହ ଘର କରଣା ଜିନିଷ, ସୁନା ଗହଣା, ନୂଆ ହାଣ୍ଡି କିଣିବା ପାଇଁ ହାଟ ବଜାରରେ ଲଗାଇଛନ୍ତି ଭିଡ଼।

ପରମ୍ପରା ଅନୁଯାୟୀ କୁଡୁମୀ ସମ୍ପ୍ରଦାୟର ଲୋକେ ମକର ଦିନ ଟୁସୁଦେବୀଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିସାରିବା ପରେ ନଦୀରେ ବିସର୍ଜନ କରଥାନ୍ତି। ମୟୂରଭଞ୍ଜରେ ଯେ କେବଳ କୁଡୁମୀ ସମ୍ପ୍ରଦାୟର ଲୋକେ ମକର ପାଳନ କରନ୍ତି ତା’ନୁହେଁ, ଆଦିବାସୀ ଲୋକେ ମଧ୍ୟ ମକର ପର୍ବକୁ ଗଣପର୍ବ ଭାବେ ପାଳନ କରନ୍ତି। ଏନେଇ ମୟୂରଭଞ୍ଜର ପ୍ରମୁଖ ଦେବୀପୀଠରୁ ଆରମ୍ଭ କରି ଅନେକ ସ୍ଥାନରେ ମକର ମେଳା ଆୟୋଜିତ ହେବ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ବାସୀ ଙ୍କ ଗଣପର୍ବ ମକର ପର୍ବ ପାଇଁ ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର, ଅଧିକ ପଢନ୍ତୁ.....Body:ଆଉ କେଇ ଘଣ୍ଟା ପରେ ମୟୁରଭଂଜ ବାସୀ ପାଳିବେ ଗଣପର୍ବ ମକର। ଏଇଥି ପାଇଁ ଜିଲ୍ଲାର ଗାଁ ଠାରୁ ସହର ସବୁଠି ଉତ୍ସାହ ଓ ଉଦ୍ଦୀପନା। କୁଡୁମୀ ସମ୍ପ୍ରଦାୟର ଲୋକେ ମକର ରେ ଟୁସୁ ଦେବୀ ଙ୍କୁ ପୂଜାର୍ଚ୍ଚନା କରୁଥିବାରୁ ଟୁସୁଦେବୀ ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏ ପଟେ ହାଟ ବଜାର ରୁ ନୂଆ ଲୁଗା ସହ ଅନ୍ୟାନ୍ୟ ସାମଗ୍ରୀ କିଣି ବା ପାଇଁ ଭିଡ଼ ଜମୁଛି। ମକର ପର୍ବ ରେ ସମସ୍ତେ ନୂଆ ଲୁଗା କିଣିବା ସହ ଘରକରଣା ଜିନିଷ, ସୁନା ଗହଣା, ନୂଆ ହାଣ୍ଡି କିଣିବା ପାଇଁ ସହର ଠୁ ଆରମ୍ଭ କରି ହାଟ ବଜାର ରେ ଲାଗିଛି ଭିଡ଼।
ବାଇଟ-୧-ବୈଦ୍ୟନାଥ ବେହେରା-ମୟୁରଭଞ୍ଜ ବାସୀ
ପରମ୍ପରା ଅନୁଯାୟୀ କୁଡୁମୀ ସମ୍ପ୍ରଦାୟର ଲୋକେ ମକର ଦିନ ଟୁସୁଦେବୀ ଙ୍କୁ ଆବାହନ କରିବା ପରେ ପୂଜାର୍ଚ୍ଚନା ପରେ ନଦୀ ରେ ବିସର୍ଜନ କରନ୍ତି ଆଉ ସେଇଥି ପାଇଁ ମୂର୍ତ୍ତି ଦୋକାନ ରେ ବି ଲାଗିଛି ଭିଡ଼। ତେବେ ଜିଲ୍ଲାରେ ଯେ କେବଳ କୁଡୁମୀ ସମ୍ପ୍ରଦାୟର ଲୋକେ ମକର ପାଳନ କରନ୍ତି ତାନୁହେଁ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଠାରୁ ଆରମ୍ଭ କରି ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମକର ପର୍ବ କୁ ଗଣପର୍ବ ଭାବେ ପାଳନ କରନ୍ତି। ମକର ପାଇଁ ଘରଦ୍ୱାର ଲିପାପୋଛା କରିବା ସହ କାନ୍ଥରେ ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଲୋକେ ଏପଟେ ମକର ପାଇଁ ଏବେଠାରୁ ଘରେ ଘରେ ଆରମ୍ଭ ହେଲାଣି ପିଠାପଣା।
ବାଇଟ-୨-ପ୍ରମିଳା ବେହେରା
ବାଇଟ-୩-ମହେନ୍ଦ୍ର ମହାନ୍ତ-କୁଡୁମୀ ସଂପ୍ରଦାୟର ଲୋକ
Conclusion:ମୟୁରଭଞ୍ଜ ବାସୀ ଙ୍କ ଗଣପର୍ବ ମକର ପାଇଁ ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର। ଜିଲ୍ଲାର ପ୍ରମୁଖ ଦେବୀପୀଠ ଠାରୁ ଆରମ୍ଭ କରି ଅନେକ ସ୍ଥାନରେ ମକର ମେଳା ଆୟୋଜନ ହେବ ।
ମୟୁରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି, ଇ ଟି ଭି ଭାରତ
ଗୋଟେ ଫାଇଲ ରେ ଭୋଏସ ସହ ଭିଜୁଆଲ ଏଡିଏ ସହ ରେଡି ରେ ଯାଇଛି
ବାଇଟ mojo ରେ ଯାଇଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.