ETV Bharat / state

କଲରାପତରିଆ ବାଘ ଛାଲ ଜବତ ଘଟଣା, ଦାନ୍ତ-ହାଡ଼ ଜବତ କଲା ବନ ବିଭାଗ - ମୟୂରଭଞ୍ଜ କଲରାପତରିଆ ବାଘ ଛାଲ ଜବତ

ଯଶୀପୁରରୁ କଲରାପତରିଆ ବାଘ ଛାଲ ଜବତ ଘଟଣା । ମୁଖ୍ୟ ଅଭିଯୁକ୍ତ ବାବୁ ଜୁଆଙ୍ଗକୁ ରିମାଣ୍ଡରେ ନେଇ ବାଘ ଦାନ୍ତ ଓ ହାଡ଼ ଜବତ କଲା ବନ ବିଭାଗ । ଅଧିକ ପଢନ୍ତୁ

କଲରାପତରିଆ ବାଘ ଛାଲ ଜବତ ଘଟଣା, ଦାନ୍ତ-ହାଡ଼ ଜବତ କଲା ବନ ବିଭାଗ

author img

By

Published : Apr 20, 2022, 1:11 PM IST

ରାଇରଙ୍ଗପୁର/କେନ୍ଦୁଝର: ଗତ ୭ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ବନାଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଥିଲା । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନ ବିଭାଗ । ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ବାବୁ ଜୁଆଙ୍ଗକୁ ରିମାଣ୍ଡରେ ଆଣି ତଦନ୍ତ ବେଳେ ବର୍ତ୍ତମାନ ଅଭିଯୁକ୍ତ ଘରୁ ବାଘ ଦାନ୍ତ ଓ ହାଡ ମିଳିଛି । କେନ୍ଦୁଝର ଜିଲ୍ଲା ପଣ୍ଡାପୋଡ଼ା ଥାନା ଅନ୍ତର୍ଗତ କପତଡିହାରୁ ଏହି ହାଡ଼ ଓ ଦାନ୍ତ ଜବତ କରିଛି କରଞ୍ଜିଆ ବନବିଭାଗ ।

କଲରାପତରିଆ ବାଘ ଛାଲ ଜବତ ଘଟଣା, ଦାନ୍ତ-ହାଡ଼ ଜବତ କଲା ବନ ବିଭାଗ

ଏହାମଧ୍ୟ ପଢନ୍ତୁ:Tiger Skin Seized: ବାଘ ଚମଡା ଡିଲ୍‌ ବେଳେ ମାଡି ବସିଲା ବନବିଭାଗ, 7 ଗିରଫ

କରଞ୍ଜିଆ DFO ଶ୍ରୀକାନ୍ତ ନାୟକଙ୍କ ନିର୍ଦ୍ଦେଶକ୍ରମେ ACF ଫାଲଗୁନି ବେହେରାଙ୍କ ନେତୃତ୍ବରେ କରଞ୍ଜିଆ ରେଞ୍ଜ ଅଫିସର ପ୍ରବୀର ମୁର୍ମୁ, ଦୁଧିଆଣି ରେଞ୍ଜ ଅଫିସର ପ୍ରଦୀପ କୁମାର ପୃଷ୍ଟି, ଫରେଷ୍ଟର ବିଦ୍ୟାଧର ମହାନ୍ତ, ଫଗୁରାମ ବେସରା, ପ୍ରଦୀପ କିଶୋର ହାଇବୁରୁ ମିଶି ଦୁଇଟି ଟିମ୍‌ରେ କେନ୍ଦୁଝର ଯାଇଥିଲେ । କେନ୍ଦୁଝର ଟେରିଟୋରିଅଲ ଡିଏଫଓଙ୍କ ସହଯୋଗରେ ବାଘ ମରାଯାଇଥିବା ସ୍ଥାନରେ ପହଞ୍ଚି ବାଘ ଦାନ୍ତ ଓ ହାଡ଼ ଜବତ କରିଛନ୍ତି । ଏହି ଘଟଣାରେ ପୂର୍ବରୁ ୭ ଜଣ ଗିରଫ ହୋଇଥିଲେ । ଏଥିରେ ଆହୁରି ଅନେକଙ୍କ ସମ୍ପୃକ୍ତି ଅଛି ବୋଲି ACF ଫାଲଗୁନି ବେହେରା ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା ଓ କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.