ETV Bharat / state

MahaShivaratri: ମୟୂରଭଞ୍ଜର କପିଳାସ ନସ୍କୋରିଆ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଶୈବ ପୀଠ ମଧ୍ୟରୁ ନସ୍କୋରିଆ ଶୈବ ପୀଠ ଅନ୍ୟତମ। ଏହା ମୟୂରଭଞ୍ଜର କପିଳାସ ଭାବେ ମଧ୍ୟ ବେଶ ଜଣାଶୁଣା। ଆସ୍ଥା ଓ ବିଶ୍ବାସର ପ୍ରତୀକ ନସ୍କୋରିଆ ଶୈବ ପୀଠରେ ବାବାଙ୍କ ଦର୍ଶନ ଲାଭ କରିବା ପାଇଁ 2800 ଫୁଟ ଉଚ୍ଚ ପାହାଡକୁ ଉଠିଥାନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

author img

By

Published : Mar 1, 2022, 7:17 PM IST

Updated : Mar 2, 2022, 8:18 AM IST

MahaShivratri: Devotees Climb 2800 ft To Offer Prayers at Naskoria Lord Shiva temple in Mayurbhanj
MahaShivaratri: ମୟୂରଭଞ୍ଜର କପିଳାସ, ନସ୍କୋରିଆ ଶୈବପୀଠ

ରାଇରଙ୍ଗପୁର(ମୟୂରଭଞ୍ଜ): ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଏ ନେଇ ଜିଲ୍ଲାର ସମସ୍ତ ଶୈବପୀଠ ବେଶ ଚଳଚଞ୍ଚଳ। ତେବେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଶୈବ ପୀଠ ମଧ୍ୟରୁ ନସ୍କୋରିଆ ଶୈବ ପୀଠ ଅନ୍ୟତମ। ଏହା ମୟୂରଭଞ୍ଜର କପିଳାସ ଭାବେ ମଧ୍ୟ ବେଶ ଜଣାଶୁଣା। ଆସ୍ଥା ଓ ବିଶ୍ବାସର ପ୍ରତୀକ ନସ୍କୋରିଆ ଶୈବ ପୀଠରେ ବାବାଙ୍କ ଦର୍ଶନ ଲାଭ କରିବା ପାଇଁ 2800 ଫୁଟ ଉଚ୍ଚ ପାହଡକୁ ଉଠିଥାନ୍ତି ଶ୍ରଦ୍ଧାଳୁ। ବିପଦ ସଂକୁଳ ଜଙ୍ଗଲିଆ ରାସ୍ତାକୁ ଖାତିର ନକରି ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ଓ ଆଶୀର୍ବାଦ ପ୍ରାପ୍ତି ପାଇଁ ଶହ ଶହ ସଂଖ୍ୟାରେ ଆସୁଛନ୍ତି।

MahaShivaratri: ମୟୂରଭଞ୍ଜର କପିଳାସ ନସ୍କୋରିଆ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଏହାମଧ୍ୟ ପଢନ୍ତୁ: MahaShivratri: ଶିବରାତ୍ରିରେ କାହିଁକି ରଖାଯାଏ ଉପବାସ ? ଜାଣନ୍ତୁ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ଖଣି ନିକଟସ୍ଥ ନସ୍କୋରିଆ ପାହାଡ ଉପରେ ନସ୍କୋରିଆ ବାବା ବିରାଜମାନ। ମହାଶିବରାତ୍ରୀ ଓ ପଣା ସଂକ୍ରାନ୍ତି ଦିନ ଅର୍ଥାତ ବର୍ଷକୁ ଦୁଇ ଥର ବାବା ନସକରିଆ ପୂଜା ପାଇଥାନ୍ତି । ମହାଶିବରାତ୍ରୀ ଏଠାରେ ବହୁ ଜାକଜମକରେ ପାଳିତ ହୋଇଥାଏ । ବାବାଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ ଜମୁଥିବା ବେଳେ ଏହି ପୀଠରେ ଜାଗର ଜାଳିଲେ ମାନସିକ ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ଭୋର ୩ ଟାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବା ଆରମ୍ଭ ହୋଇଥିଲା । ସେପଟେ 2800 ଫୁଟ ଉଚ୍ଚତା ଓ ବିପଦପୂର୍ଣ୍ଣ ପାହାଡର ଶୀର୍ଷ ଗୁମ୍ଫାକୁ ଚଢି ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ପବିତ୍ର ମହାଶିବରାତ୍ରୀ ଅବସରରେ ରାଇରଙ୍ଗପୁର ସମେତ ପାଖାପାଖି ଜିଲ୍ଲା ଓ ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରଦ୍ଧାଳୁମାନେ ମଧ୍ୟ ବାବାଙ୍କ ଆଶୀର୍ବାଦ ଲାଭ ପାଇଁ ଛୁଟି ଆସିଥାନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ନସ୍କୋରିଆ ପୀଠକୁ ଆସିବା ପାଇଁ ସିଡ଼ି ରାସ୍ତା ଓ ମହିଳାଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର କୁମାର ପରିଡା, ଇଟିଭି ଭାରତ

Last Updated : Mar 2, 2022, 8:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.