ETV Bharat / state

ଅବ୍ୟବସ୍ଥା ଘେରରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ, ଡାକ୍ତର ରୋଗୀ ଉଭୟ ଗାୟବ - ବିନା ଡାକ୍ତରରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ନା ଡାକ୍ତର ଅଛନ୍ତି ନା ରୋଗୀ । ଏଭଳି ଅପ୍ରୀତିକର ପରିସ୍ଥିତିରେ ଚାଲିଛି ଚିକିତ୍ସାଳୟ । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 26, 2019, 6:32 AM IST

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ପିଛା ଛାଡ଼ୁନି ବିବାଦ । ଯାହା ଫଳରେ ଖାଁ ଖାଁ ହୋଇ ପଡିଛି ଚିକିତ୍ସାଳୟ । ନା ଡାକ୍ତର ଅଛନ୍ତି ନା ରୋଗୀ । ଏଭଳି ଅପ୍ରୀତିକର ପରିସ୍ଥିତିରେ ଚାଲିଛି ଚିକିତ୍ସାଳୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଗତ ସମବାର ଏକ ମହିଳା ରୋଗୀର ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ମାମଲା ଥାନାକୁ ଯିବା ପରେ 2 ଜଣ ଡାକ୍ତର ଛୁଟିରେ ଯାଇଥିଲେ । ପରେ ଅନ୍ୟ 5 ଜଣ ଡାକ୍ତର ମଧ୍ୟ ଡାକ୍ତରଖାନା ଛାଡି ନିଜ ସମସ୍ୟା ବାବଦରେ ଜଣାଇବା ପାଇଁ ବାରିପଦା ସିଡିଏମଓଙ୍କ ନିକଟକୁ ଯାଇଥିଲେ । ସେପଟେ ଡାକ୍ତର ନଥିବା ଜାଣି ନିରାଶ ହୋଇ ଫେରି ଯାଉଛନ୍ତି ରୋଗୀ । ଏପରିକି ବାହାରୁ ଆସୁଥିବା କିଛି ରୋଗୀଙ୍କୁ ଚିକିତ୍ସା ପାଇଁ ବାହାରକୁ ପଠାଇଦିଆଯାଉଛି ।

ସୂଚନାଯୋଗ୍ୟ ଯେ, ହଜାର ହଜାର ସଂଖ୍ୟାରେ ରୋଗୀ ମାନେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ଚିକିତ୍ସାଳୟରେ ୧୭ ଜଣ ଡାକ୍ତର ରହିବା ପରିବର୍ତ୍ତେ ମାତ୍ର ୯ ଜଣ ଡାକ୍ତର ଅଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

ss

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.