ETV Bharat / state

ଡକାୟତଙ୍କ କାରନାମା: ମାଗିଲେ ହନୁମାନ ପଇସା, ଲୁଟିନେଲେ ଟଙ୍କା-ଅଳଙ୍କାର - hanuman money

ହନୁମାନ ପାଇସା ପାଇଁ ଡକାୟତି । ମୟୂରଭଞ୍ଜରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟଛି ଘଟଣା ।  ଜଣେ ବ୍ୟକ୍ତିଙ୍କ ଘରେ ହନୂମାନ ପଇସା ଥିବା ସନ୍ଦେହ କରି ୧୦ରୁ  ଊର୍ଦ୍ଧ୍ବ ଡକାୟତ ମୁଖା ପିନ୍ଧି ମାରଣାସ୍ଥ ଦେଖାଇ ଅଳଙ୍କାର ଏବଂ ନଗଦ ଟଙ୍କା ସହିତ ମୋବାଇଲ୍‌ ଲୁଟି ନେଇଛନ୍ତି  ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 10, 2019, 8:41 PM IST

ମୟୂରଭଞ୍ଜ: ହନୁମାନ ପଇସା ପାଇଁ ଡକାୟତି | ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ହନୁମାନ ପଇସା ଥିବା ସନ୍ଦେହ କରି ୧୦ରୁ ଊର୍ଦ୍ଧ୍ବ ଡକାୟତ ମୁଖା ପିନ୍ଧି ମାରଣାସ୍ଥ ଦେଖାଇ ଅଳଙ୍କାର ଏବଂ ନଗଦ ଟଙ୍କା ସହିତ ମୋବାଇଲ୍‌ ଲୁଟି ନେଇଛନ୍ତି | ଏଭଳି ଘଟଣା ଘଟିଛି ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମରେ |

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଝରଣାସାହି ଗ୍ରାମର ବୀର ହେମ୍ବ୍ରମଙ୍କ ଘରେ ହନୂମାନ ପଇସା ଥିବା ସନ୍ଦେହ କରି ୧୦ରୁ ଊର୍ଦ୍ଧ୍ବ ଡକାୟତ ମୂହଁରେ ମୂଖା ପିନ୍ଧି ତାଙ୍କ ଘରେ ପଶିଥିଲେ । ଏହାପରେ ବୀରଙ୍କ ପୁଅକୁ କାବୁ କରି ବାନ୍ଧିବା ସହ ମାରଣାସ୍ତ୍ର ଦେଖାଇ ହନୂମାନ ପଇସା ମାଗିଥିଲେ ।

ଡକାୟତ ଏବଂ ବୀରଙ୍କ ପୁଅ ମଧ୍ୟରେ ପାଟିତୁଣ୍ଡ ଶୁଣି ପରିବାର ଲୋକେ ପହଞ୍ଚିବା ପରେ ଡ଼କାୟତମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ । ସମସ୍ତଙ୍କୁ ଡକାୟତମାନେ ହନୁମାନ ପଇସା ମାଗିଥିବା ବେଳେ ହନୁମାନ ପଇସା କାହା ପାଖରେ ନପାଇ ଡକାୟତମାନେ ଘରେ ଥିବା ସୁନା ଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଏବଂ ୫ ଗୋଟି ମୋବାଇଲ ଲୁଟ୍‌ କରି ଫେରାର ହୋଇଯାଇଥିଲେ |

ଏପଟେ ଖବରପାଇ ଉଦଳା ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ତେବେ ତକାୟତମାନେ ଆଦିବାସୀ ଓ ଓଡିଆ ଭାଷାରେ କଥା ହେଉଥିବା ବୀରଙ୍କ ପରିବାର ଲୋକେ କହିଛନ୍ତି । ଏ ସମ୍ବନ୍ଧରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ |

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଗୋଦରା କୋଡେ ଯେତେ, ମାଡେ ସେତେ ।ଆଜି ସେହି ଉକ୍ତି ର ଯଥାର୍ଥତା ଦେଖିବାକୁ ମିଳିଛି ବୌଦ୍ଧ ବନ ମହୋତ୍ସବ ରେ ।ଯେଉଁଠି ବୃକ୍ଷ ରୋପଣ ଅତିଥି କରିବେ ତା ନିକଟରେ ଅତି ନିର୍ମମ ଭାବରେ ବଡ ହୋଇସାରିଥିବା ବୃକ୍ଷ ଗୁଡିକୁ କାଟି ଦିଆଯାଇଛି ।ଏଥିପାଇଁ ଦାୟୀ କିଏ, କେଉଁ କାରଣରୁ ଏଭଳି ପଦକ୍ଷେପ ନିଆଗଲା।ଏପଟେ ବିଭାଗର ଭୁଲକୁ ଘୋଡାଇବାକୁ ଯାଇ ଅଧିକାରୀ କହିଛନ୍ତି ବୃକ୍ଷ ଗୁଡିକ ଶୋଭାବର୍ଦ୍ଦକ ନଥିଲା, ଏଣୁ କାଟି ଦିଆଯାଇ ଶୋଭାବର୍ଦ୍ଦକ ବୃକ୍ଷ ରୋପଣ କରାଗଲା ।ଏହାକୁ ନେଇ ପରିବେଶ ଓ ବୃକ୍ଷ ପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

Body:ବୌଦ୍ଧ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ବୁଧବାର ବଘିଆପଡା ନିକଟସ୍ଥ ପଲିଟେକନିକ ଠାରେ ପାଳନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ପିଡି ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଯୋଗ ଦେଇଥିଲେ ।କିନ୍ତୁ ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।କାରଣ ବୃକ୍ଷ ରୋପଣର ସମସ୍ତ ଜାଗା ଗୁଡିକରେ ପୂର୍ବରୁ ଥିବା ବଡ ଗଛକୁ କାଟି ଅନ୍ୟତ୍ର ପଠାଇ ଦିଆଯାଇଥିଲା ।ଏପଟେ ଆଜିର କାର୍ଯ୍ୟକ୍ରମ ରେ ନିକଟସ୍ଥ ସ୍କୁଲର ଛାତ୍ରଛାତ୍ରୀ ଙ୍କୁ ଦୀର୍ଘ ତିନି ଘଣ୍ଟା ଧରି ଧାଡିରେ ଛିଡା କରାଯିବାକୁ ମଧ୍ୟ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।ଏପଟେ ଈଟିଭି ଭାରତ ଦ୍ବାରା ଦୃଶ୍ୟ ଉତ୍ତୋଳିତ ହେବାପରେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଶୋଭାବର୍ଦ୍ଦକ ଦୃଷ୍ଟିରୁ ପୁରୁଣା ଗଛକୁ କାଟିଦିଆଗଲା ବୋଲି ଅବାସ୍ତବ ଯୁକ୍ତି ବାଢିଛନ୍ତି ।ଯଦି ଜଙ୍ଗଲ ବିଭାଗ ବନ ଉତ୍ସବ ରେ ହିଁ ବୃକ୍ଷ ଗୁଡିକୁ କାଟି ପକାଉଛି ତେବେ ସାଧାରଣ ଲୋକଙ୍କ ନିକଟରେ କେଉଁ ବାର୍ତ୍ତା ଦେଉଛି ବୋଲି ଚର୍ଚ୍ଚା ହେଉଛି ।

Conclusion:ବାଇଟ-୧-ପବିତ୍ର ପ୍ରଧାନ, ପରିବେଶପ୍ରେମୀ
ବାଇଟ-୨-ଭୈରବ ମହାନ୍ତି, ଏସିଏଫ, ବୌଦ୍ଧ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.