ETV Bharat / state

ଲକଡାଉନରେ ପାରମ୍ପରିକ ବାଦ୍ୟରେ ତାଲା: ବାଜୁନି ବାଜା, ମେଣ୍ଟୁନି ଭୋକ

author img

By

Published : May 1, 2020, 1:32 AM IST

Updated : May 1, 2020, 8:20 PM IST

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ରୁହନ୍ତି ହଜାର ହଜାର ପାରମ୍ପରିକ ବାଦ୍ୟକାର । ବିବାହ, ବ୍ରତଘର ଓ ପୂଜା ପାର୍ବଣରେ ପାରମ୍ପରିକ ବାଜା ବଜାଇ ପେଟ ପୋଷନ୍ତି ଏମାନେ । ହେଲେ ଲକଡାଉନ ପାଇଁ ଗତ ଦୁଇ ମାସ ହେବ ଏମାନଙ୍କ କୌଳିକ ବୃତ୍ତିରେ ଝୁଲିଛି ତାଲା । ଅଧିକ ପଢ଼ନ୍ତୁ...

traditional musicians left jobless in lockdown, lockdown in mayurbhanj, mayurbhanj latest news, traditional musician, traditional musicians of mayurbhanj, ଲକଡାଉନରେ ବେରୋଜଗାର ପାରମ୍ପରିକ ବାଦ୍ୟକାର, ମୟୂରଭଞ୍ଜରେ ଲକଡାଉନ, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ପାରମ୍ପରିକ ବାଦ୍ୟକାର, ମୟୂରଭଞ୍ଜର ପାରମ୍ପରିକ ବାଦ୍ୟକାର
ଲକଡାଉନରେ ପାରମ୍ପରିକ ବାଦ୍ୟରେ ତାଲା: ବାଜୁନି ବାଜା, ମେଣ୍ଟୁନି ଭୋକ

ବାରିପଦା: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକଡାଉନ । ଦୋକାନ, ବଜାର ଓ ଛୋଟ ବଡ ବ୍ୟବସାୟ ସବୁଥିରେ ଲାଗିଛି ତାଲା । ଏଥିରୁ ବାଦ ପଡିନି ବିବାହ, ବ୍ରତଘର ଓ ପାର୍ବଣ ଋତୁ । ଲକଡାଉନ ଓ ସଂକ୍ରମଣ ଭୟରେ ଫିକା ପଡିଛି ଖୁସିର ମାହୋଲ । ଏମିତିରେ ଶୁଭୁନି ପାରମ୍ପରିକ ବାଦ୍ୟର ସୁମଧୁର ସ୍ବର । ଲକଡାଉନ ପାଇଁ ଗତ ଦୁଇ ମାସ ହେବ ଏହି ପାରମ୍ପରିକ କଳାରେ ଲାଗିଛି ଲଗାମ ।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ରୁହନ୍ତି ହଜାର ହଜାର ପାରମ୍ପରିକ ବାଦ୍ୟକାର । ବିବାହ, ବ୍ରତଘର ଓ ପୂଜା ପାର୍ବଣରେ ପାରମ୍ପରିକ ବାଜା ବଜାଇ ପେଟ ପୋଷନ୍ତି ଏମାନେ । ପ୍ରସିଦ୍ଧ ଛଉ ମଧ୍ୟ ଏମାନଙ୍କ ଜୀବିକାର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ କହିଲେ ଭୁଲ ହେବ ନାହିଁ । ହେଲେ ଲକଡାଉନ ପାଇଁ ଗତ ଦୁଇ ମାସ ହେବ ଏମାନଙ୍କ କୌଳିକ ବୃତ୍ତିରେ ଝୁଲିଛି ତାଲା । ବିବାହ, ବ୍ରତଘର ବର୍ତ୍ତମାନ ବନ୍ଦ ଥିବା ବେଳେ ଫିକା ପଡିଛି ପୂଜା ପାର୍ବଣ । ଫଳରେ ରୋଜଗାର ହରାଇ ଏବେ ବିପଦରେ ବାଦ୍ୟକାରଙ୍କ ପରିବାର ।

ସରକାରୀ ସାହାଯ୍ୟ ଆକରରେ ମିଳିଥିବା ଅର୍ଥ ଓ ରାସନ ସାମଗ୍ରୀ ମଧ୍ୟ ସରିବା ଉପରେ । ଏମିତିରେ ବିନା ରୋଜଗାର ଓ ଖାଦ୍ୟାଭାବ ଏବେ ଏମାନଙ୍କ ଚିନ୍ତାର କାରଣ ପାଲଟିଛି । ବିକଳ୍ପ ସ୍ବରୂପ କିଛି ହାତ ତିଆରି ଜିନିଷ ପେଟ ପୋଷିବାକୁ ଚାହୁଁଥିଲେ ବି ବଜାରରେ ଏହି ଜିନିଷର ଚାହିଦା ନଥିବାରୁ ହତାଶ ହୋଇପଡିଛନ୍ତି ହଜାର ହଜାର ବାଦ୍ୟକାର । ଅନ୍ୟପଟେ ବିବାହ, ବ୍ରତଘର ଓ ପୂଜା ପର୍ବ ବନ୍ଦ ହେବାରୁ ଅଗ୍ରୀମ ଆକାରରେ ମିଳିଥିବା ଅର୍ଥ ମଧ୍ୟ ଏବେ ଫେରାଇବାକୁ ପଡିଥିବାରୁ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରେ ଥିବା ଆଦିବାସୀ ଓ ହରିଜନ ବାଦ୍ୟକାରଙ୍କ ଉପରେ ମାଡି ବସିଛି ବିପଦ ।

ପେଟ ଚାଖଣ୍ଡକ ପାଇଁ ପାରମ୍ପରିକ ବାଦ୍ୟ ଉପରେ ନିର୍ଭରଶୀଳ ଏହି ଗରିବ ଆଦିବାସୀ ବାଦ୍ୟକାର ପରିବାର ଏବେ ଲକଡାଉନ ପାଇଁ ହୋଇପଡିଛନ୍ତି ବେରୋଜଗାର । ସରକାରୀ ସାହାଯ୍ୟ ଏମିତିରେ ସମୂଦ୍ରକୁ ଶଙ୍ଖେ ପରି ଲାଗୁଛି । ଅପେକ୍ଷା କେବେ ଖୋଲିବ ଏହି ଲକଡାଉନ ଓ କେବେ ପୁଣି ସ୍ବାଭାବିକ ହେବ ଏହି ପାରମ୍ପରିକ ବାଦ୍ୟକାରଙ୍କ କୌଳିକ ବୃତ୍ତି । ସେପଟେ ଅଧିକ କିଛି ସାହାଯ୍ୟ ଓ ସ୍ବତନ୍ତ୍ର ଧ୍ୟାନ ପାଇଁ ଦାବି କରିଛନ୍ତି ଏହି ବାଦ୍ୟକାର ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 1, 2020, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.