ବାରିପଦା :କୋରୋନା କଟକଣା ଭିତରେ ପାଳିତ ହୋଇଛି ସ୍ବାୟତ୍ତ ଶାସନ ଦିବସ । ବାରିପଦା ପୌର ପରିଷଦ ପରିସରରେ ଜିଲ୍ଲାପାଳ ଭିନିତ ଭରଦ୍ବାଜ ଆନୁଷ୍ଠାନିକ ଭାବେ ସ୍ବାୟତ୍ତ ଶାସନ ଦିବସର ଶୁଭାରମ୍ଭ କରିଛନ୍ତି।
ବାରିପଦା ପୌର ପରିଷଦ ପରିସରରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । କୋରୋନା କଟକଣା ମଧ୍ୟରେ ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବା ସହ ଗୋପବନ୍ଧୁଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ନିରାଡ଼ମ୍ବର ଭାବେ ପାଳନ ହୋଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ ବାରିପଦା ପୌରପରିଷଦ ଶ୍ରୀପଦଗଞ୍ଜ ଓ ବାଗଡ଼ିହା ଠାରେ ଅମୃତ ଯୋଜନାରେ ଦୁଇଟି ପାର୍କକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ