ETV Bharat / state

ଲକଡାଉନରେ ତାତିଲେ ମହିଳା, ଭାଙ୍ଗିଲେ ମଦଭାଟି - ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌

କୋରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଜାରି ହୋଇଛି ଲକଡାଉନ । ହେଲେ ଏପରି ପରିସ୍ଥିତିରେ ବଢି ଚାଲିଛି ଚୋରା ମଦ ବେପାରୀଙ୍କ ରାଜ ।

liquor prepared amid lockdown, winery destroyed amid lockdown, mayurbhanj latest news, liquor prepared in mayurbhanj, ଲକଡାଉନରେ ମଦ ପ୍ରସ୍ତୁତି, ଲକଡାଉନରେ ମଦ ଭାଟି ନଷ୍ଟ, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ ମଦ ପ୍ରସ୍ତୁତି
ଲକଡାଉନରେ ଚାଲିଛି ମଦ ପ୍ରସ୍ତୁତି, ଭାଟି ଭାଙ୍ଗିଲେ ମହିଳା ଗୋଷ୍ଠୀ
author img

By

Published : Apr 25, 2020, 8:28 PM IST

ବାରିପଦା: କୋରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଜାରି ହୋଇଛି ଲକଡାଉନ । ହେଲେ ଏପରି ପରିସ୍ଥିତିରେ ବଢି ଚାଲିଛି ଚୋରା ମଦ ବେପାରୀଙ୍କ ରାଜ। ଏନେଇ ସ୍ଥାନୀୟ ମୋରଡା ଥାନା ମଦନଡିହି ଗାଁରେ ଚୋରାରେ ତିଆରି ହେଉଥିବା ଦେଶୀ ମଦ ଭାଟିକୁ ଭାଙ୍ଗିଛନ୍ତି ମିଶନ ଶକ୍ତିର ମହିଳା ସମୂହ।

ଲକଡାଉନରେ ଚାଲିଛି ମଦ ପ୍ରସ୍ତୁତି, ଭାଟି ଭାଙ୍ଗିଲେ ମହିଳା ଗୋଷ୍ଠୀ

କୋରୋନା ସଂକ୍ରମଣ ଦିନକୁ ଦିନ ଚିନ୍ତା ବଢାଉ ଥିବା ବେଳେ ଅନ୍ୟପଟେ ଚୋରାରେ ଚାଲିଛି ମଦ ପ୍ରସ୍ତୁତି । ଏନେଇ ମଦନଡିହି ଗ୍ରାମରେ ମଦ ପ୍ରସ୍ତୁତି ଖବର ପାଇ ମିଶନ ଶକ୍ତିର ମହିଳାମାନେ ମଦ ଭାଟିରେ ଚଢାଉ କରିଥିଲେ । ଏଥିସହ ଉତ୍ତ୍ୟକ୍ତ ମହିଳାମାନେ 3ଟି ଦେଶୀ ମଦ ଭାଟି ଭାଙ୍ଗି ନଷ୍ଟ କରିଛନ୍ତି। ସେପଟେ ପ୍ରସ୍ତୁତ ହୋଇଥିବା ବିପୁଳ ମଦ ଓ ମଦ ପ୍ରସ୍ତୁତିରେ ଲାଗୁଥିବା ସାମଗ୍ରୀ ମଧ୍ୟ ନଷ୍ଟ କରାଯାଇଛି ।

ତେବେ ବାରମ୍ବାର ମନା କରିବା ପରେ ମଧ୍ୟ ଏହି ଗାଁରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଠା ଯାଉଥିବା ଜଣା ପଡିଛି । ଏନେଇ ମୋରଡା ପୋଲିସ ସହାୟତାରେ ହଳଦୀପାଳ ଗ୍ରାମ ପଞ୍ଚାୟତର ମିଶନ ଶକ୍ତିର ମହିଳାମାନେ ଦେଶୀ ମଦ ଭାଟି ଭାଙ୍ଗି ନଷ୍ଟ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.