ETV Bharat / state

ମଦ ମାଫିଆଙ୍କ ଦୌରାତ୍ମ୍ୟ: ୨୪ ଲିଟର ବିଦେଶୀ ମଦ ଓ ଆପତ୍ତିଜନକ ସାମଗ୍ରୀ ଜବତ

ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସାରସକଣା ଅଞ୍ଚଳରୁ ବିପୁଳ ମଦ ସହ ଅନେକ ଆପତ୍ତିଜନକ ଜିନିଷ ଜବତ କରିଛି ପୋଲିସ । ଏହାସହ ପୋଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

liquor mafia arrested
ବିପୁଳ ମଦ ସହ ଆପତ୍ତିଜନକ ଜିନିଷ ଜବତ
author img

By

Published : Apr 4, 2020, 3:35 PM IST

ବାରିପଦା: କୋରୋନାକୁ ନେଇ ସାରା ରାଜ୍ୟ ଅସ୍ତବ୍ୟସ୍ତ ଥିବାବେଳେ ମୟୁରଭଞ୍ଜରେ ମାତିଛନ୍ତି ମଦ ମାଫିଆ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସାରସକଣା ଅଞ୍ଚଳରୁ ବିପୁଳ ମଦ ସହ ଅନେକ ଆପତ୍ତିଜନକ ଜିନିଷ ଜବତ କରିଛି ପୋଲିସ । ଏହାସହ ପୋଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ବିପୁଳ ମଦ ସହ ଆପତ୍ତିଜନକ ଜିନିଷ ଜବତ

ଝାରପୋଖରିଆ ଥାନା ଅନ୍ତର୍ଗତ ସାରସକଣା ଅଞ୍ଚଳରେ ଖୁଲାମଖୁଲା ମଦ କାରବାର କରୁଥିବା ଖବର ପାଇ ସାରସକଣା ତହସିଲଦାର ସତ୍ୟବାନ ନାୟକ ଝାରପୋଖରିଆ ପୋଲିସ ସହାୟତାରେ ମିଳିତ ଚଢ଼ାଉ କରି ୨୪ ଲିଟର ବିଦେଶୀ ମଦ ସହିତ ବିଭିନ୍ନ ଆପତ୍ତିଜନକ ଜିନିଷ, ଗୋଟିଏ ଫ୍ରିଜର ଓ ୨୨ ଶହ ଟଙ୍କା ଜବତ କରିଛି ।

ଲକଡାଉନ ସମୟରେ ସବୁକିଛି ବନ୍ଦ ଥିବାବେଳେ ଚୋରା ମଦ ବେପାରୀଙ୍କ ଦୌରାତ୍ମ୍ୟ ବଢୁଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରି ମଦ କାରବାର କରୁଥିବା ଅଭିଯୁକ୍ତ ଜଗତ ଜୀବନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.