ETV Bharat / state

ଚୋରା ମଦ କାରବାରକୁ ମହିଳାଙ୍କ ବିରୋଧ, 2 ଗିରଫ

ଚୋରା ମଦ ବେପାରୀଙ୍କ ବିରୋଧରେ ତାତିଲେ ମହିଳା। ଜବତ କଲେ ବିପୁଳ ପରିମାଣର ଚୋରା ମଦ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମରେ।

author img

By

Published : Mar 7, 2019, 5:29 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଚୋରା ମଦ ବେପାରୀଙ୍କ ବିରୋଧରେ ତାତିଲେ ମହିଳା। ଜବତ କଲେ ବିପୁଳ ପରିମାଣର ଚୋରା ମଦ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମରେ। ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦକ ତନୁଜା ମହାନ୍ତଙ୍କ ନେତୃତ୍ୱରେ ପ୍ରାୟ 50ରୁ ଊର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉକ୍ତ ଗ୍ରାମରେ ହେଉଥିବା ଚୋରା ମଦ ବେପାରକୁ ବିରୋଧ କରିଥିଲେ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ଚୋରା ମଦ ବେପାରୀଙ୍କ ଉପରେ ଚଢ଼ାଉ କରିବା ପରେ ରାଇରଙ୍ଗପୁର ଟାଉନ ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ବେପାରୀ ନରେନ୍ଦ୍ର ହାଁସଦା ଓ ଶାକ୍ରା ହାଁସଦାଙ୍କୁ ଗିରଫ କରି ପ୍ରାୟ ୮୦ ଲିଟର ଦେଶୀ ମଦ ଜବତ କରିଛି।

ମହୁଲଡିହା ଗ୍ରାମର ହାଟ ପଡ଼ିଆ ଠାରେ ନରେନ୍ଦ୍ର ହାଁସଦା ଓ ସାକ୍ରା ହାଁସଦା ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବାର ନେଇ ପୂର୍ବରୁ ମହିଳାମାନେ ବାରମ୍ବାର ଅବକାରୀ ବିଭାଗକୁ ଖବର ଦେଇଥିଲେ। ହେଲେ ଅଭିଯୋଗ ସତ୍ତ୍ବେ କିଛି ମଧ୍ୟ କିଛି ସୁଫଳ ମିଳିପାରିନାହିଁ।

ତେବେ ରାଇରଙ୍ଗପୁର ଟାଉନ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ମହିଳାମାନେ ଏକାଠି ହୋଇ ସହରର ଚୋରା ମଦ ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣା ପ୍ରଘଟ ହେବାପରେ ମହୁଲଡିହା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଏଭଳି କାର୍ଯ୍ୟ ପାଇଁ ସମସ୍ତେ ପ୍ରଶଂସା କରିଛନ୍ତି।

undefined

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.