ETV Bharat / state

Tiger Skin Seized: ବାଘ ଚମଡା ଡିଲ୍‌ ବେଳେ ମାଡି ବସିଲା ବନବିଭାଗ, 7 ଗିରଫ

author img

By

Published : Apr 7, 2022, 11:11 AM IST

କଲରାପତରିଆ ବାଘ ଛାଲ ଜବତ । ଏହାସହ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ବନାଞ୍ଚଳରୁ ଗୋଟିଏ କଲରା ପତରିଆ ବାଘ ଛାଲ ଜବତ କରିଛି ବନବିଭାଗ । ଅଧିକ ପଢନ୍ତୁ

କଲରାପତରିଆ ବାଘ ଛାଲ ଜବତ: ୭ ଜଣ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏହାସହ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ବନାଞ୍ଚଳରୁ ଗୋଟିଏ କଲରା ପତରିଆ ବାଘ ଛାଲ ଜବତ କରିଛି ବନବିଭାଗ ।

ସୂଚନା ଅନୁସାରେ, ବୁଧବାର ଜଶିପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ବାଘ ଛାଲ ବିକ୍ରି ପାଇଁ ଯୋଜନା ଚାଲିଥିଲା । ପୂର୍ବରୁ ଏ ଖବର ପାଇ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଅଧିକାରୀଙ୍କ ନେତୃତ୍ବରେ ସେଠାରେ ରେଡ କରାଯାଇଥିଲା । କେନ୍ଦୁଝର ବନବିଭାଗ, କରଞ୍ଜିଆ ବନବିଭାଗ ଓ ଦୁଧିଆଣି ରେଞ୍ଜର ପ୍ରଦୀପ ପୃଷ୍ଟି ୨ ଜଣଙ୍କୁ ଧରିଥିବା ବେଳେ ପରେ ଆଉ ୫ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ।

ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ଗୋଟିଏ ଅଲଟୋ କାରକୁ ଜବତ କରିଛି ବନବିଭାଗ । ବାଘ ଚମଡ଼ାର ଲମ୍ବ ସାଢ଼େ ୪ ଫୁଟ ଓ ଓସାର ୨ ଫୁଟ ୫ ଇଞ୍ଚ ହୋଇଥିବା ସଚନା ମିଳିଛି । ଜବତ ହୋଇଥିବା ଚମଡ଼ାଟି ବହୁତ ପୁରୁଣା । ତେବେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ୪ ଜଣ ଜଶିପୁର ଅଞ୍ଚଳର ହୋଇଥିବା ବେଳେ ୩ ଜଣ କେନ୍ଦୁଝର ଜିଲ୍ଲାର ବୋଲି ବନବିଭାଗ ସୂଚନା ଦେଇଛି । ଏହି ବାଘ ଛାଲ ରାକେଟରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି । ଏହାର ଚେର କେତେ ଦୂର ଲମ୍ବିଛି ତାହାର ତଦନ୍ତ ଜାରି ରଖିଛି ବନବିଭାଗ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.