ବାରିପଦା: କୋଭିଡ ଟେଷ୍ଟ କିଟ ଅଭାବ, ନିରାଶ ହୋଇ ଫେରୁଛନ୍ତି ଲୋକେ । ସରକାର କୋଭିଡ19 ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଲୋକଙ୍କ ପାଖରେ ଟେଷ୍ଟ କିଟ ପହଞ୍ଚି ପାରୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ତୋଟାପଡା ଗ୍ରାମ ପଞ୍ଚାୟତରେ ।
ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ କୋଭିଡ଼ ରାପିଡ଼ ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରିଛନ୍ତି । ତେବେ ସାଧାରଣ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି । ଟେଷ୍ଟ କିଟ ଅଭାବ ଯୋଗୁଁ ଆଣ୍ଟିଜେନ ଟେଷ୍ଟରୁ ବଞ୍ଚିତ ଲୋକେ ଧାରଣାରେ ବସିଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ତୋଟାପଡା ଗ୍ରାମ ପଞ୍ଚାୟତରେ ଶନିବାର ଲୋକେ କୋଭିଡ ଟେଷ୍ଟ ପାଇଁ ଆସି ନିରାଶ ହୋଇଫେରିଛନ୍ତି । ଦାୟିତ୍ବରେ ଡାକ୍ତର କହିଛନ୍ତି ଦିନକୁ ୭୫ଟି କିଟ ମିଳୁଥିବାରୁ କେବଳ ୭୫ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇପାରୁଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ