ETV Bharat / state

5T ଯୋଜନାରେ ସରିଛି ସ୍କୁଲ କାମ, ପାରିଶ୍ରମିକ ପାଇ ନାହାଁନ୍ତି ଶ୍ରମିକ - ତାରଣା ଏଫଏମ ଏକାଡେମୀ ହାଇସ୍କୁଲ

5T ଯୋଜନାରେ ସ୍କୁଲ କାମ କରିଥିଲେ ଶ୍ରମିକ । ହେଲେ ଦୀର୍ଘ 2ବର୍ଷ ପରେ ମଧ୍ୟ ପାରିଶ୍ରମରୁ ବଞ୍ଚିତ ଶ୍ରମିକ । ଅଧିକ ପଢନ୍ତୁ

5T ଯୋଜନାରେ ସ୍କୁଲ କାମ କରି ପାରିଶ୍ରମରୁ ବଞ୍ଚିତ ଶ୍ରମିକ

author img

By

Published : May 26, 2023, 10:40 PM IST

5T ଯୋଜନାରେ ସ୍କୁଲ କାମ କରି ପାରିଶ୍ରମରୁ ବଞ୍ଚିତ ଶ୍ରମିକ

ରାଇରଙ୍ଗପୁର: ପ୍ରାୟ ଦୁଇ ବର୍ଷ ତଳେ 5T ଯୋଜନାରେ ସ୍କୁଲ କାମ କରିଥିଲେ ଶ୍ରମିକ । ହେଲେ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ ପାରିଶ୍ରମିକ ଟଙ୍କା । ତେବେ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଗିଧିଘାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାରଣା ଗ୍ରାମର କିଛି ଶ୍ରମିକ କାମ କରି ପାରିଶ୍ରମିକ ନପାଇ ଶେଷରେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଜାନୁଆରୀ ମାସ ୨୦୨୨ମସିହାରେ ଗିଧିଘାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାରଣା ଗ୍ରାମସ୍ଥିତ ତାରଣା ଏଫଏମ ଏକାଡେମୀ ହାଇସ୍କୁଲରେ‌ 5T ଅଧିନରେ ଶ୍ରେଣୀ ଗୃହ କାର୍ଯ୍ୟ, ସ୍କଲ ଗୃହ ଚଟାଣରେ ଫାଇବର ବ୍ଲକ ବସାଇବା, କବାଟ ଝରକା, ଶୌଚାଳୟ ନିର୍ମାଣ କାର୍ଯ୍ୟ ଇତ୍ୟାଦି କାର୍ଯ୍ୟ କରିଥିଲେ ପ୍ରାୟ ୧୪ ଜଣ ଶ୍ରମିକ । ତେବେ ଏହିସବୁ ନିର୍ମାଣ କାର୍ଯ୍ୟ ୨୦୨୨ ମସିହା ମେ ମାସରେ ଶେଷ ହୋଇଥିଲା । ଦୀର୍ଘ ୧୪ରୁ ୧୫ ମାସ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଶ୍ରମିକମାନେ ସମ୍ପୂର୍ଣ୍ଣ ପାରିଶ୍ରମିକ ପାଇ ପାରି ନାହାଁନ୍ତି । ସେ ସମୟରେ ବହଳଦା ବ୍ଲକର ଜେଇ ଜଗତ କିଶୋର ନାୟକ ମାସେ ମଧ୍ୟରେ ବିଲ୍ ହୋଇଯିବ କହି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଠକି ଚାଲିଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଯାହା ଫଳରେ ଗରିବ ଖଟିଖିଆ ଦିନ ମଜୁରିଆ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଶେଷରେ ସେମାନେ ରାଇରଙ୍ଗପୁର ଅଁଳାଡୁବା ସ୍ଥିତ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି । ଦିନ ମଜୁରିଆ, କୁଲି ଓ ରେଜା ଭାବେ କାର୍ଯ୍ୟ କରି ଶ୍ରମିକମାନେ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ ସେମାନଙ୍କର ଉଚିତ ପ୍ରାପ୍ୟ ମଜୁରୀ ନପାଇ କେମିତି ଘର ସଂସାର ଚଳେଇବେ ସେ ନେଇ ଚିନ୍ତାରେ ଶ୍ରମିକ । ଶେଷରେ ନିରୁପାୟ ହୋଇ ରାଇରଙ୍ଗପୁର ସ୍ଥିତ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗୁହାରି କରିଛନ୍ତି ସମସ୍ତ ଶ୍ରମିକ।

ତେବେ ସ୍କଲରେ 5T କାର୍ଯ୍ୟ କରିଥିବା ଶ୍ରମିକମାନଙ୍କ ମଧ୍ୟରେ ମିସ୍ତ୍ରୀମାନଙ୍କର ମଜୁରୀ ୧ଲକ୍ଷ ୫୫ହଜାର ଟଙ୍କା ଓ ରେଜା କୁଲି ମାନଙ୍କର ମଜୁରୀ ୧ଲକ୍ଷ ୩୨ ହଜାର ଟଙ୍କା ବାକି ଥିବା ଦରଖାସ୍ତ ମାଧ୍ୟମରେ ଶ୍ରମିକମାନେ ଶ୍ରମ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ତେବେ ଏ ନେଇ ସହକାରୀ ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଜେଇଙ୍କୁ ନୋଟିସ କରିଛନ୍ତି । ଆସନ୍ତା ମାସ ୭ ତାରିଖ ଦିନ ରାଇରଙ୍ଗପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜେଇଙ୍କୁ ହାଜର୍ ହେବାକୁ କୁହାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.