ETV Bharat / state

କୁଡୁମୀ ସମ୍ପ୍ରଦାୟଙ୍କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ, କୁଶପୁତ୍ତଳିକା ଦାହ କରି ଇସ୍ତଫା ଦାବି - କୁଶପୁତ୍ତଳିକା ଦାହ

ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସମ୍ପ୍ରଦାୟଙ୍କ ପ୍ରତିବାଦକୁ ନେଇ ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଦେଇଥିବା ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି କୁଡୁମୀ ଜାତି ଲୋକେ। ତାଙ୍କୁ ଘୋର ବିରୋଧ କରି କୁଶପୁତ୍ତଳିକା ଦାହ କରିବା ସହ ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

kudumi community protest over union minister bishweshwar tudu statement
କୁଡୁମୀ ସମ୍ପ୍ରଦାୟଙ୍କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ, କୁଶପୁତ୍ତଳିକା ଦାହ କରି ଇସ୍ତଫା ଦାବି
author img

By

Published : Sep 24, 2022, 1:25 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ମାନ୍ୟତା ଦାବିରେ ବିଭିନ୍ନ ପ୍ରକାରେ ବିକ୍ଷୋଭ ଜାରି ରଖିଛନ୍ତି କୁଡୁମୀ ସମ୍ପ୍ରଦାୟ। ଏହି ପରିପ୍ରେକ୍ଷୀରେ ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ମନ୍ତବ୍ୟକୁ ନେଇ କୁଡୁମୀ ସମ୍ପ୍ରଦାୟର ଲୋକେ ଘୋର ବିରୋଧ କରିଛନ୍ତି । ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

କୁଡୁମୀ ସମ୍ପ୍ରଦାୟଙ୍କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ

ଗତ 20 ତାରିଖରେ ସର୍ବ ଭାରତୀୟ କୁଡୁମୀ ସମାଜ ଆହ୍ବାନ କ୍ରମେ ବାରିପଦାର ଭଞ୍ଜପୁର ରେଳ ଷ୍ଟେସନରେ ମୟୂରଭଞ୍ଜ ଜିଲ୍ଲା ମିଳିତ କୁଡୁମୀ ସଂଗଠନ ପକ୍ଷରୁ ରେଳରୋକ କରି ଆନ୍ଦୋଳନ କରିଥିଲେ । ଏହି ଘଟଣାକୁ ନେଇ କେନ୍ଦମନ୍ତ୍ରୀ ଟୁଡୁ ତାଙ୍କ ପ୍ରତିକ୍ରିୟାରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜୁଛି । ସେ କହିଥିଲେ, "କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ବିଭିନ୍ନ ସଙ୍ଗଠନର ନେତାମାନେ ଶହେ ବର୍ଷ ଧରି ଆନ୍ଦୋଳନ କଲେ ମଧ୍ୟ ସେମାନେ ଆଦିବାସୀ ହୋଇପାରିବେ ନାହିଁ । ଭୋଟ ବ୍ୟାଙ୍କ ଆଧାରରେ ଲୋକମାନଙ୍କୁ ବୋକା ବନାଉଛନ୍ତି ।" ଆଦିବାସୀ ମାନ୍ୟତା ପାଇବା ପାଇଁ ସ୍ବତନ୍ତ୍ର ପ୍ରକ୍ରିୟା ରହିଛି ବୋଲି ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: କୁଡୁମୀ ଜାତିକୁ ଅନୁସୂଚୀତ ଜନଜାତି ତାଲିକାଭୁକ୍ତ କରିବା ନେଇ ରେଳରୋକ

ସୂଚନା ଥାଉକି, ଗତ 20 ତାରିଖ କୁଡୁମୀ ଜାତିକୁ ଅନୁସୂଚୀତ ଜନଜାତି ତାଲିକାଭୁକ୍ତ କରିବା ଦାବିରେ ରେଳରୋକ ହୋଇଥିଲା । ଅଳାଁଯୋଡି ଜଙ୍କସନରେ କୁଡୁମୀ ସମ୍ପ୍ରଦାୟର ଶହଶହ ଲୋକେ ରେଳ ଧାରଣା ଆଗରେ ପ୍ରତିବାଦ କରିଥିଲେ । ଫଳରେ ରେଳ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଟାଟାନଗର-ବାଦାମପାହାଡ଼ ସୁପରଫାଷ୍ଟ ଟ୍ରେନଟି ଟାଟାନଗର ଷ୍ଟେସନରୁ ଛାଡ଼ି ଭୋର ୫.୩୦ ସମୟରେ ଅଁଳାଯୋଡି ଷ୍ଟେସନରେ ପହଞ୍ଚି ଥିବାବେଳେ କୁସୁମୀ ଜାତି ପକ୍ଷରୁ ଅଁଳାଯୋଡି ଷ୍ଟେସନଠାରେ ରେଳରୋକ କରାଯାଇଥିଲା । ରେଳରୋକ ଆନ୍ଦୋଳନରେ ବହୁ ସଂଖ୍ୟାରେ କୁଡୁମୀ ଜାତିର ମହିଳା ପୁରୁଷ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । 1950 ମସିହା ସେପ୍ଟେମ୍ବର 6 ତାରିଖରେ କେନ୍ଦ୍ର ସରକାର ବିନା ସୂଚନାରେ କୁଡୁମୀ ଜାତିକୁ ଅନୁସୂଚୀତ ଜନଜାତି ତାଲିକାରୁ ବାହାର କରିଥିଲେ । ସେହି ଦିନଠାରୁ ଏହି ସମ୍ପ୍ରଦାୟ ପ୍ରତି କ୍ଷେତ୍ରରେ ନିର୍ଯାତିତ ହୋଇ ଆସୁଥିବା ଅଭିଯୋଗ ହେଉଛି ।

ଇଟିଭି ଭାରତ, ମୟୂରଭଞ୍ଜ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.