ETV Bharat / state

ଜାମିନ ନାମଞ୍ଜୁର, ଜେଲ ଗଲେ ଲାଞ୍ଚୁଆ କରଞ୍ଜିଆ ତହସିଲଦାର

author img

By

Published : May 31, 2023, 1:53 PM IST

ଭିଜିଲାନ୍ସ ଚଢ଼ାଉ ପରେ ଲାଞ୍ଚ ନେବା ଅଭିଯୋଗରେ ଜେଲ ଗଲେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ୍ ନାୟକ । ଅଧିକ ପଢନ୍ତୁ

charles nayak arrested
charles nayak arrested
charles nayak arrested

ରାଇରଙ୍ଗପୁର: ଭିଜିଲାନ୍ସ ଚଢ଼ାଉ ପରେ ଲାଞ୍ଚ ନେବା ଅଭିଯୋଗରେ ଜେଲ ଗଲେ କରଞ୍ଜିଆ ତହସିଲଦାର ଚାର୍ଲସ୍ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ସୋମବାର ଚଢାଉ କରିଥିଲା । ତହସିଲଦାର ଚାର୍ଲସ ନାୟକଙ୍କ ସରକାରୀ ବାସଭବନ ସମେତ କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଚଢ଼ାଉ କରିଥିଲା । ପରେ ତାଙ୍କୁ ଗିରଫ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ହାଜତକୁ ପଠାଇ ଦେଇଛି ପୋଲିସ ।

ସୂଚନା ଅନୁସାରେ, କିଛି ମାସ ପୂର୍ବରୁ କରଞ୍ଜିଆ ତହସିଲରେ ତହସିଲଦାର ଭାବେ ଯୋଗ ଦେଇଥିଲେ ଚାର୍ଲସ ନାୟକ । ପୂର୍ବରୁ ସେ ବାଲେଶ୍ଵର ଜିଲ୍ଲାରେ କାର୍ଯ୍ୟରତ ଥିଲେ । ତାଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲାରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକା ସମୟରେ ଚଢ଼ାଉ କରାଯାଇଥିଲା । ସୋମବାର ସକାଳ ୭.୦୦ ଘଟିକାରୁ କରଞ୍ଜିଆ ସ୍ଥିତ ସରକାରୀ ବାସଭବନ, କରଞ୍ଜିଆ ତହସିଲ ଅଫିସ ଓ ଭଦ୍ରକ ସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ତେବେ ଭିଜିଲାନ୍ସର ଏହି ଚଢ଼ାଉରେ କଟକ ଭିଜିଲାନ୍ସ ସେଲ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ପାଖାପାଖି ୧୫ ଜଣ ଏହି ଚଢାଉରେ ସାମିଲ ହୋଇଥିବାର ସୂଚନା ରହିଥିଲା ।

ଲାଞ୍ଚ ନେଇଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିଲେ କରଞ୍ଜିଆ ତହସିଲଦାର ଚାର୍ଲସ୍ ନାୟକ । କଟକ ଭିଜିଲାନ୍ସ ଟିମ ଦ୍ଵାରା ଚଢ଼ାଉ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଶେଷ ହେବା ପରେ ଗତକାଲି(ମଙ୍ଗଳବାର) ଚାର୍ଲସ୍ ନାୟକଙ୍କୁ ବାରିପଦା ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଥିଲା ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ମାଜିଷ୍ଟ୍ରେଟ ଡ. ପ୍ରସନ୍ନ କୁମାର ପଣ୍ଡା ଚାର୍ଲସଙ୍କ ଜାମିନ ନାମଞ୍ଜୁର କରିବାରୁ ଚାର୍ଲସକୁ ବାରିପଦା ସ୍ଥିତ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ଠୁଳ କରିଛନ୍ତି ଆୟ ବହିର୍ଭୂତ ସମ୍ପତ୍ତି

ପ୍ରକାଶ ଥାଉକି, କରଞ୍ଜିଆ ତହସିଲଦାର ଚାର୍ଲସ୍ ନାୟକ ଏନଏଚଏଆଇ ଦ୍ବାରା ୫୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା କ୍ଷତିପୂରଣ ରାଶି କରାଇ ଦେବାକୁ ଅଭିଯୋଗକାରୀଙ୍କ ପାଖରୁ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ । ଅଭିଯୋଗକାରୀଙ୍କ ଠାରୁ ତହସିଲଦାର ଚାର୍ଲସ ନାୟକ ୧୦ ଲକ୍ଷ ଟଙ୍କା ଏବଂ ୨ ଲକ୍ଷ ଟଙ୍କା ଦୁଇଟି ବ୍ଲାଙ୍କ୍ ଚେକ୍ ମାଧ୍ୟମରେ ଲାଞ୍ଚ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ କଟକ ଭିଜିଲାନ୍ସ ସେଲ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଦ୍ଵାରା ସୋମବାର କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଚଡେଇଭୋଳ ସ୍ଥିତ ଅନ୍ୟ ଏକ ସ୍ଥାନ ଏବଂ ଭଦ୍ରକରେ ଥିବା ପୈତୃକ ବାସଭବନରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଓଡ଼ିଶାରେ ଭିଜିଲାନ୍ସ ଚଢ଼ାଉରେ ଏହା ସର୍ବାଧିକ ଲାଞ୍ଚ ନେଉଥିବା ଓ ପ୍ରଥମ ଚେକ ଯୋଗେ ଲାଞ୍ଚ ନେଉଥିବା ମାମଲା ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.