ETV Bharat / state

Panchayat Polls: ୩୧ ନଂ ଜୋନରେ ପରିବର୍ତ୍ତନର ଆଶା ଦେଖାଇଲା JMM

ମୟୂରଭଞ୍ଜ ଜିଲ୍ଲା ୩୧ ନଂ ଜିଲ୍ଲା ପରିଷଦ ଜୋନ ଦଖଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ଅଧିକ ପଢ଼ନ୍ତୁ

jmm candidate campaign for zilla parishad election in mayurbhanj
panchayat election: ୩୧ ନଂ ଜୋନରେ ପରିବର୍ତ୍ତନର ଆଶା ଦେଖାଇବ ଜେଏମଏମ
author img

By

Published : Feb 19, 2022, 10:25 AM IST

ରାଇରଙ୍ଗପୁର: ଚଳିତ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତିରେ ବେଶ ଉଷ୍ମତା ଦେଖାଦେଇଛି । ମୟୂରଭଞ୍ଜ ଜିଲ୍ଲା ୩୧ ନଂ ଜିଲ୍ଲା ପରିଷଦ ଜୋନ ଦଖଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି ଜୋନରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଆଦିବାସୀ ବୋହୂ ସୁମିତା ମୁର୍ମୁ ନିର୍ବାଚନ ଲଢୁଛନ୍ତି ।

panchayat election: ୩୧ ନଂ ଜୋନରେ ପରିବର୍ତ୍ତନର ଆଶା ଦେଖାଇବ ଜେଏମଏମ

ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ବିଜାତଳା ବ୍ଲକର ମାଣିକପୁର ଗ୍ରାମର ବାସିନ୍ଦା ଅଟନ୍ତି ସୁମିତା । ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମାଣିକପୁର ଗାଁର ଲୋକେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବାବେଳେ ସେମାନଙ୍କୁ ଅଧିକାର ଦେବା ଲକ୍ଷ୍ୟର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ଜୋରଦାର ପ୍ରଚାର କରିବା ସହିତ ଜେଏମଏମକୁ ୩୧ ନଂ ଜୋନରେ କ୍ଷମତାଭୁକ୍ତ କରିବା ପାଇଁ କସରତ କରୁଛନ୍ତି।

ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡିର ଦୀର୍ଘ ବର୍ଷ ଶାସନ କାଳରେ ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରିନାହିଁ, ତେଣୁ ଜେଏମଏମ ଅଞ୍ଚଳରେ ନୂଆ ପରିବର୍ତ୍ତନ ଆଣିବା ନେଇ ଜନତାଙ୍କୁ ପ୍ରତିଶୃତି ଦେଇଛି । ଦଳକୁ ବିପୁଳ ଜନ ସମର୍ଥନ ଥିବାରୁ ସୁମିତା ମୁର୍ମୁ ବିଜୟ ଲାଭ କରିବେ ବୋଲି ଦୃଢ଼ତାର ସହ ପ୍ରକାଶ କରିଛନ୍ତି । ସେପଟେ ଚଳିତ ନିର୍ବାଚନରେ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ସାଧାରଣ ଜନତା ।

ରାରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.