ETV Bharat / state

ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ, ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ - ଦୁର୍ଘଟଣାର ମୃତ ଯବାନଙ୍କ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ

ପୂଜା ଛୁଟିରେ ଗାଁକୁ ବୁଲିବାକୁ ଆସିଥିବାବେଳେ, ସଡକ ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ । ପୈତୃକ ଗ୍ରାମରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ

ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ, ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ

author img

By

Published : Oct 8, 2022, 4:31 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ନିକଟରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା BSF ଯବାନଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଏହି ଯବାନ ହେଉଛନ୍ତି ରାମଚନ୍ଦ୍ର ସୋୟ ଏବଂ ସେ ଜମ୍ମୁରେ କାର୍ଯ୍ୟରତ ଥିଲେ । ମେଡିକାଲରୁ ତାଙ୍କର ମରଶରୀର ପୈତୃକ ଗ୍ରାମ ଦୁମ୍ବୀସାହି ନିଆଯାଇ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ ସମ୍ପନ୍ନ ହୋଇଛି ।

ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ, ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ

ସୂଚନା ମୁତାବକ, ମୃତ BSF ଯବାନ ରାମଚନ୍ଦ୍ର ଦୁର୍ଗା ପୂଜା ଛୁଟିରେ ଗାଁକୁ ବୁଲିବାକୁ ଆସିଥିଲେ । ଗତ ୫ ତାରିଖ ଦିନ କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥର ହାତୀଦାଣ୍ଡି ଗ୍ରାମଜଙ୍ଗଲ ନିକଟରେ ତାଙ୍କର ବାଇକ ଦୁର୍ଘଟଣା ଘଟିଥିଲା । ଗୁରୁତର ଆହତ ହୋଇ ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା(Jawan Dies In Accident) ।

ଏହାପରେ ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ର ସୋୟଙ୍କ ମରଶରୀର କେରକେରା ଗ୍ରାମ ପଞ୍ଚାୟତ ଦୁମ୍ବିସାହିରେ ପହଞ୍ଚିବା ପରେ କରଞ୍ଜିଆ ପୋଲିସ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଥିଲା । କରଞ୍ଜିଆ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଶେଷ ଦର୍ଶନ କରି ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଜଣାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଆଳିରେ ବେଆଇନ ବାଲି ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

ସ୍ଥାନୀୟ ସମିତି ସଭ୍ୟ ଜୁଆଲ ମୁଣ୍ଡାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯବାନଙ୍କ ଶେଷ ଦର୍ଶନ କରିଥିଲେ । ଶେଷରେ ଗାଁ ମଶାଣିରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୃତ ଯବାନ ଜମ୍ମୁରେ କାର୍ଯ୍ୟରତ ଥିଲେ । ତାଙ୍କର ସ୍ତ୍ରୀ ଏବଂ ତିନୋଟି ସନ୍ତାନ ଥିବାବେଳେ ସେମାନଙ୍କୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.