ETV Bharat / state

ITDA Junior Engineer In Vigilance Net; ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ITDA କନିଷ୍ଠ ଯନ୍ତ୍ରୀ - ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ଥିତ ଆଇଟିଡ଼ିଏ କାର୍ଯ୍ୟାଳୟ ( Baripada itda Office Assistant Engineer)ର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ । ମୟୂରଭଞ୍ଜ ସମେତ ବାଲେଶ୍ବର ଓ ଭୁବନେଶ୍ବରରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ

ବାରିପଦା  ITDA କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଙ୍କ ଘରେ Vigilance Raidବାରିପଦା  ITDA କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଙ୍କ ଘରେ Vigilance Raid
ବାରିପଦା ITDA କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଙ୍କ ଘରେ Vigilance Raid
author img

By

Published : Nov 25, 2021, 10:14 AM IST

Updated : Nov 25, 2021, 2:27 PM IST

ବାରିପଦା: ସରକାରୀ ସହକାରୀ ଯନ୍ତ୍ରୀଙ୍କ ଘରେ (ITDA Assistant Engineer in Vigilance net)ଭିଜିଲାନ୍ସ ରେଡ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ଥିତ ITDA କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଏକା ସାଙ୍ଗରେ ଭୁବନେଶ୍ୱର,ବାଲେଶ୍ବର ଓ ମୟୂରଭଞ୍ଜ ରେ ୧୧ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ରେଡରେ ୧୧ ଡିଏସପିଙ୍କ ସମେତ ୪ ଇନସ୍ପେକ୍ଟର ଓ ୩୦ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।

ବାଲେଶ୍ବରରୁ ଜ୍ୟୋତିରଞ୍ଜନ ନାୟକ

ବାରିପଦା ସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଭଞ୍ଜପୁର ସ୍ଥିତ ବାସସ୍ଥାନ, ବାଲେଶ୍ଵର ଜିଲ୍ଲା ଭୋଗରାଇ ସ୍ଥିତ ପୈତୃକ ଘର ଓ ଭୁବନେଶ୍ବରରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ତେବେ ବାଲେଶ୍ଵରର ଚାରୋଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ଶ୍ୱଶୁର ଘର, ଜ୍ବାଇଁଙ୍କ ଘର ଆଦିରେ ଚଢ଼ାଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି ।

ତେବେ ଦୀର୍ଘ ଆଠ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରି କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତି ଥିବାର ପୂର୍ବରୁ ଖବର ମଧ୍ୟ ପ୍ରକାଶ ହୋଇଥିଲା । ଠିକାଦାରଙ୍କ ଜାଲ ଦସ୍ତଖତକୁ ନେଇ ଅନେକ ସମୟରେ ଟଙ୍କା ଉଠାଇ ନେଇଥିବାର ଠିକାଦାର ଅଭିଯୋଗ ଆଣିଥିଲେ। ଏହା ସହିତ GST ଠକେଇ ମାମଲାରେ ତଦନ୍ତ ଚାଲୁରହିଥିବାର ନଜିର ମଧ୍ୟ ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ,ଭୁବନେଶ୍ବରରୁ ତାପସ ପରିଡା ଓ ବାଲେଶ୍ବରରୁ ଜ୍ୟୋତିରଞ୍ଜନ ନାୟକ, ଇଟିଭି ଭାରତ

Last Updated : Nov 25, 2021, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.