ETV Bharat / state

ଦଶମ ଶ୍ରେଣୀ ଆଡମିଟ କାର୍ଡରେ ଅଭିନେତ୍ରୀଙ୍କ ଫଟୋ

author img

By

Published : Feb 13, 2020, 7:55 PM IST

ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର 6 ଦିନ ବାକି ଥିବାବେଳେ ଛାତ୍ରଙ୍କ ଆଡ଼ମିଟ କାର୍ଡରେ ଦେଖିବାକୁ ମିଳିଛି ଗୁରୁତର ତ୍ରୁଟି । ଛାତ୍ରଙ୍କ ଫଟୋ ବଦଳରେ ଲାଗିଛି ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ଫଟୋ । ଅଧିକ ପଢନ୍ତୁ...

Irregularity in admit card printing, matric exam admit card printing irregularity, mayurbhanj admit card irregularity, mayurbhanj latest news, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ ଆଡମିଟ କାର୍ଡ ପ୍ରିଣ୍ଟିଂରେ ବିଭ୍ରାଟ, ଆଡମିଟ କାର୍ଡ ପ୍ରିଣ୍ଟିଂ ବିଭ୍ରାଟ, ମାଟ୍ରିକ ପରୀକ୍ଷା ଆଡମିଟ କାର୍ଡ ପ୍ରିଣ୍ଟିଂ ବିଭ୍ରାଟ
ଆଡମିଟ କାର୍ଡ ପ୍ରିଣ୍ଟିଂରେ ବିଭ୍ରାଟ, ଛପିଲା ଛାତ୍ରଙ୍କ ବଦଳରେ ଅଭିନେତ୍ରୀଙ୍କ ଫଟୋ

ବାରିପଦା: ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର 6 ଦିନ ବାକି ଥିବାବେଳେ ଛାତ୍ରଙ୍କ ଆଡମିଟ କାର୍ଡରେ ଦେଖିବାକୁ ମିଳିଛି ଗୁରୁତର ତ୍ରୁଟି । ଛାତ୍ରଙ୍କ ଫଟୋ ବଦଳରେ ଲାଗିଛି ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ଫଟୋ । ମୟୂରଭଞ୍ଜ ଜିଲ୍ଲା ବେତନଟି ବ୍ଲକ ରାଇକମାସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ମାଟ୍ରିକ ପରୀକ୍ଷାକୁ ଆଉ କେଇ ଦିନ ବାକି ଥିବାବେଳେ ଶିକ୍ଷା ବିଭାଗ ପକ୍ଷରୁ ୱେବସାଇଟରେ ଉପଲବ୍ଧ ହୋଇଛି ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡ । ତେବେ ଶିକ୍ଷା ବିଭାଗ ପକ୍ଷରୁ ୱେବସାଇଟରେ ଉପଲବ୍ଧ ହୋଇଥିବା ଆଡ଼ମିଟ କାର୍ଡ ଡାଉନଲୋଡ ପରେ ଦେଖିବାକୁ ମିଳିଛି ସାଂଘାତିକ ତ୍ରୁଟି । ସ୍ଥାନୀୟ ବେତନଟି ବ୍ଲକ ରାଇକମାରେ ଥିବା ରଘୁନାଥ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଅଭିଜିତ କବାଟଙ୍କ ଆଡ଼ମିଟ କାର୍ଡରେ ଲାଗିଛି ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ଫଟୋ ।

ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଗୁରୁତ୍ବପୂର୍ଣ ଭୂମିକା ବହନ କରୁଥିବା ବେଳେ ଜିଲ୍ଲାରେ ଦେଖାଦେଇଥିବା ଅବହେଳା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ବିପଦର ଏକ ବଡ ସଙ୍କେତ । ତେବେ ସମ୍ପୃକ୍ତ ସ୍କୁଲର ଚଳିତ ବର୍ଷ 103 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ସମସ୍ତଙ୍କ ଆଡ଼ମିଟ କାର୍ଡରେ ତ୍ରୁଟି ପରିଲକ୍ଷିତ ହୋଇଛି ବୋଲି କହିଛନ୍ତି ପ୍ରଧାନଶିକ୍ଷକ।

ଏସମ୍ପର୍କରେ ପ୍ରଧାନଶିକ୍ଷକ ମାଧ୍ୟମିକ ଶିକ୍ଷା ପରିଷଦରେ ଅଭିଯୋଗ କରିଥିବା କହିଥିବା ବେଳେ ପରୀକ୍ଷା ପୂର୍ବରୁ ଆଉ ଥରେ ନିର୍ଭୁଲ ଭାବେ ଆଡ଼ମିଟ କାର୍ଡ ପ୍ରିଣ୍ଟ ହୋଇ ଆସିବ ବୋଲି ସୂଚନା ଦେଇଛନ୍ତି । ତେଣେ ଶିକ୍ଷା ବିଭାଗର ୱେବସାଇଟରୁ ଆଡ଼ମିଟ କାର୍ଡ ଡାଉନଲୋଡ ପରେ ପରୀକ୍ଷା କେନ୍ଦ୍ରର ନାମ, କୋଡ଼, ଛାତ୍ରଙ୍କ ନାମ ଏବଂ ଜନ୍ମ ତାରିଖ ଠିକ ଥିବାବେଳେ କେବଳ ଫଟୋରେ ଛାତ୍ରଙ୍କ ଫଟୋ ବଦଳରେ ଲାଗିଛି ଅଭିନେତ୍ରୀଙ୍କ ଫଟୋ ।

ତେବେ ଶିକ୍ଷା ବିଭାଗର ଏଭଳି ତ୍ରୁଟିକୁ ନେଇ ବୁଦ୍ଧିଜୀବୀ ମହଲରେ ଆଙ୍ଗୁଠି ଉଠାଯାଇଛି । ଅପରପକ୍ଷରେ ଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏପରି ସ୍ଥିତିରେ ଖୋଦ ବୋର୍ଡ ଅଫିସରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁଁ ମାଟ୍ରିକ ପରୀକ୍ଷା ଆରମ୍ଭ ନ ହେଉଣୁ ତୃଟି ଦେଖା ଦେବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.