ETV Bharat / state

ଗର୍ଭବତୀ ସ୍ତ୍ରୀକୁ ଗୋଇଠା ମାରି ନେଇଗଲା ଜୀବନ, ପତ୍ନୀହନ୍ତାକୁ ବାନ୍ଧିଲା ପୋଲିସ - ଗର୍ଭବତୀ ସ୍ତ୍ରୀକୁ ଗୋଇଠା ମାରି ନେଇଗଲା ଜୀବନ

ମୟୂରଭଞ୍ଜ ଜିଲ୍ଲାରେ ଅଭାବନୀୟ ଘଟଣା । ଗର୍ଭବତୀ ସ୍ତ୍ରୀକୁ ଗୋଇଠା ମାରି ଜୀବନ ନେଇଗଲା ପତ୍ନୀହନ୍ତା । ଅଭିଯୋଗ ପରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

murder to wife in rairangpur
murder to wife in rairangpur
author img

By

Published : Mar 23, 2023, 9:16 AM IST

Updated : Mar 23, 2023, 9:23 AM IST

ବାରିପଦା: ଭଲପାଇ ବିବାହ କରିଥିଲା । ଦୁହେଁ ହସଖୁସିରେ ସଂସାର ଆରମ୍ଭ କରିଥିଲେ । ଏହାପରେ ସ୍ତ୍ରୀ ଗର୍ଭବତୀ ମଧ୍ୟ ହେଲେ । କିନ୍ତୁ ହଠାତ ଦାମ୍ପତ୍ୟ ଜୀବନରେ ଆସିଲା ଝଡ । କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଗର୍ଭବତୀ ସ୍ତ୍ରୀ ପାଇଁ ସଇତାନ ପାଲଟିଲା ସ୍ବାମୀ । ଗର୍ଭବତୀ ସ୍ତ୍ରୀକୁ ଗୋଇଠା ପରେ ଗୋଇଠା ମାରି ଚାଲିଗଲା ଅମଣିଷ । ଫଳରେ କଷ୍ଟ ଭୋଗି ଚାଲିଗଲା ସ୍ତ୍ରୀର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଖଣ୍ଡାଚିରା ଗ୍ରାମରୁ । ଅଭିଯୋଗ ମୁତାବକ ପୋଲିସ ସ୍ବାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଗିରଫ ବ୍ୟକ୍ତି ହେଲେ ଦାମୁ ମୁର୍ମୁ ।

ସୂଚନା ଅନୁଯାୟୀ, ଉଦଳା ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ବୁଧିଆ ମାରାଣ୍ଡିଙ୍କ ଝିଅ ଗୋଲାପୀ ମାରାଣ୍ଡି ପ୍ରାୟ ଗୋଟିଏ ବର୍ଷ ପୂର୍ବେ ମାଣିକପୁର ଖଣ୍ଡାଚିରା ଗ୍ରାମର ସାଉଁରୁ ମୁର୍ମୁଙ୍କ ପୁଅ ଦାମୁ ମୁର୍ମୁଙ୍କୁ ଭଲପାଇ ବିବାହ କରିଥିଲେ । ତେବେ ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶ ଖୁସିରେ କଟୁଥିଲା । ପ୍ରାୟ ବର୍ଷେ ପୂର୍ବରୁ କାମଧନ୍ଦା ଉଦ୍ଦେଶ୍ୟରେ ଦାମୁ ମୁର୍ମୁ ସ୍ତ୍ରୀ ଗୋଲାପୀକୁ ସାଙ୍ଗରେ ନେଇ ଚେନ୍ନାଇର ଏକ କମ୍ପାନୀରେ କାମ କରିବା ପାଇଁ ପଳାଇ ଯାଇଥିଲେ । ଇତି ମଧ୍ୟରେ ତାଙ୍କ ସ୍ତ୍ରୀ ଗୋଲାପୀ ତିନି ମାସର ଗର୍ଭବତୀ ହୋଇଥିଲେ । ହେଲେ ଗତ କିଛି ଦିନ ପୂର୍ବରୁ ଦୁହେଁ ନିଜ ଘରକୁ ଫେରିଥିଲେ ।

ତେବେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ସ୍ବାମୀ ଦାମୁ ଅତ୍ୟଧିକ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଗୋଲାପୀର ପେଟକୁ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲା । ଭୀଷଣ ଯନ୍ତ୍ରଣା ମଧ୍ୟରେ ସ୍ତ୍ରୀ ଗୋଲାପୀ ବାପ ଘରକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରେ ତାଙ୍କ ବାପ ଘର ଲୋକେ ଆସି ଦେଖିଲା ବେଳକୁ ଗୋଲାପୀ ଘରେ ଅଚେତ ଅବସ୍ଥାରେ ପଡିଥିଲେ । ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲ ନେଇଯାଇଥିଲେ ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ଗୋଲାପୀର ମାଆ ଉଦଳା ଥାନାରେ ଝିଅକୁ ମାରି ଦେଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ଡ଼କାଇଥିଲେ । ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଥିବା ବେଳେ ଗୋଲାପୀର ସ୍ବାମୀ ଦାମୁ ମୁର୍ମୁକୁ ପୋଲିସ ଗିରଫ କରିଥିଲା । ସେପଟେ ଦାମୁ ମୁର୍ମୁର ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Mar 23, 2023, 9:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.