ETV Bharat / state

ବନବିଭାଗ ପଞ୍ଝାରେ 4 ଶିକାରୀ, ଧନୁ-ତୀର ଜବତ - ମୟୂରଭଞ୍ଜରେ ବନ୍ୟଜନ୍ତୁ ମାଂସ ଜବତ

ଜନ୍ତୁ ଶିକାର ଅଭିଯୋଗରେ ୪ ଜଣ ଗିରଫ । ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳର କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳର ରାଣିପାଟ ସେକ୍ସନ ଅଞ୍ଚଳରୁ ବନ୍ୟଜନ୍ତୁ ମାଂସ ଜବତ ହୋଇଛି। ଜନ୍ତୁ ମାଂସ ସହ ଶିକାର ପାଇଁ ଆବଶ୍ୟକ ବ୍ୟବହୃତ ସାମଗ୍ରୀ ମଧ୍ୟ ବନ ବିଭାଗ ଜବତ କରିଛି । ଅଧିକ ପଢ଼ନ୍ତୁ

hunters arrest for wild meat seized  in rairangpur
ବନ୍ୟଜନ୍ତୁ ମାଂସ ଜବତ, ୪ ଶିକାରୀ ଗିରଫ
author img

By

Published : Jan 15, 2022, 9:02 AM IST

ରାଇରଙ୍ଗପୁର: ଜନ୍ତୁ ଶିକାର ଅଭିଯୋଗରେ ୪ ଜଣ ଗିରଫ । ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳର କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳର ରାଣିପାଟ ସେକ୍ସନ ଅଞ୍ଚଳରୁ ବନ୍ୟଜନ୍ତୁ ମାଂସ ଜବତ ହୋଇଛି। ଜନ୍ତୁ ମାଂସ ସହ ଶିକାର ପାଇଁ ଆବଶ୍ୟକ ବ୍ୟବହୃତ ସାମଗ୍ରୀ ମଧ୍ୟ ବନ ବିଭାଗ ଜବତ କରିଛି । ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର ଚାଲିଛି । କୌଣସି ଏକ ସୂତ୍ରରୁ ଏସିଏଫ ପ୍ରଦୀପ କୁମାର ଦେ ଖବର ପାଇ ସଦଳବଳେ ଜଙ୍ଗଲ ଭିତରେ ଚଢ଼ାଉ କରିଥିଲେ। ଚଢ଼ାଉବେଳେ ପୋଲିସ ୪ଜଣ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଧରା ପଡିଥିବା ୪ ଜଣ ବଡ଼ଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଦର ଗ୍ରାମର ଧନେଶ୍ବର ହୋ,ବାବୁରାମ ହୋ, ଗୋମିୟା ହୋ ଓ ଜଗ ହୋ ହୋଇଥିବା ଜଣାପଡ଼ିଛି । ଗିରଫ ବେଳେ ସେମାନଙ୍କ ନିକଟରୁ ୯୫୦ ଗ୍ରାମ ମାଂସ ସହ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ, ଧନୁ ଓ ତୀର ଜବତ ହୋଇଥିଲା । ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ସେହିପରି କିଆଝରି ଜଙ୍ଗଲ ଭିତରେ ବନ୍ୟ ସୁରକ୍ଷା ପାଇଁ ଲାଗିଥିବା ୪ ସିସି କ୍ୟାମେରା ହଜି ଯାଇଥିଲା । ତେବେ ସେଥି ମଧ୍ୟରୁ ୨ଟି କ୍ୟାମେରାକୁ କର୍ମଚାରୀମାନେ ଜଙ୍ଗଲରୁ ପାଇଥିବା ଜଣା ପଡ଼ିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.