ETV Bharat / state

GST Department Raid: ୭୭ ଲକ୍ଷ ଟଙ୍କା ଫାଇନ ଆଦାୟ

author img

By

Published : May 27, 2022, 10:18 PM IST

ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗରେ ମୟୂରଭଞ୍ଜ ରରୁଆଁ ଅଞ୍ଚଳର ଜନୈକ ବ୍ୟବସାୟୀଙ୍କ ଠାରୁ ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ୭୭ ଲକ୍ଷ ୧ ହଜାର ଟଙ୍କା ଫାଇନ ଆଦାୟ ହୋଇଛି । ଅଧିକ ପଢନ୍ତୁ

GST Department Raid: ୭୭ ଲକ୍ଷ ୧ ହଜାର ଟଙ୍କା ଫାଇନ ଆଦାୟ

ରାଇରଙ୍ଗପୁର: ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗରେ ମୟୂରଭଞ୍ଜ ରରୁଆଁ ଅଞ୍ଚଳର ଜନୈକ ବ୍ୟବସାୟୀଙ୍କ ଠାରୁ ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ୭୭ ଲକ୍ଷ ଏକ ହଜାର ଟଙ୍କା ଫାଇନ ଆଦାୟ ହୋଇଛି । ଗତ ୧୨ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଏବଂ କରଞ୍ଜିଆର ୬ଟି ସ୍ଥାନରେ ରେଡ କରିଥିଲା ସିଟି ଏବଂ ଜିଏସଟି ବିଭାଗ । ୬ଟି ଟିମକୁ ନେଇ ରେଡ କରିଥିଲା ବିଭାଗ । କରଞ୍ଜିଆ, ରରୁଆଁ ଏବଂ ସୀମାନ୍ତ ରାଜ୍ୟ ଝାଡଖଣ୍ଡର ବେନିସାଗରରେ ଏକାବେଳେ ଚଢାଉ କରାଯାଇଥିଲା ।

ସୁଲତାନିଆଁ ପରିବାରର ୩ ବିଶିଷ୍ଟ ବ୍ୟବସାୟୀ ଖାଇବା ତେଲ, ଅଟା, ଚାଉଳ ଭଳି ରାସନ୍ ସମଗ୍ରୀ ଝାରଖଣ୍ଡରୁ ଆଣି ରରୁଆଁ, ସୁକ୍ରୁଳି, କରଞ୍ଜିଆ, କେନ୍ଦୁଝରକୁ ସପ୍ଲାଏ କରନ୍ତି । ତାଙ୍କର ଅଟା ମିଲ ମଧ୍ୟ ରହିଛି । ତା’ ସହିତ କରଞ୍ଜିଆରେ ଲୁହା ଛଡ଼, ସିମେଣ୍ଟ ଆଜବେଷ୍ଟସ ମଧ୍ୟ ବିକ୍ରି କରିଥାନ୍ତି । ଦୀର୍ଘ ବର୍ଷ ଧରି ଏମାନେ ବ୍ୟବସାୟ କରି ଆସୁଛନ୍ତି । ପୂର୍ବରୁ ତାଙ୍କ ନାମରେ ଟ୍ୟାକ୍ସ ଫାଙ୍କୁଥିବା ଅଭିଯୋଗ ହୋଇଆସୁଥିଲା । ତେଣୁ, ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ତେବେ ଟ୍ୟାକ୍ସ ଫାଙ୍କିବା ଘଟଣାର ପର୍ଦ୍ଦାଫାଶ କରି ମୋଟା ଅଙ୍କର ଫାଇନ ଆଦାୟ କରିଥିବା ଡେପୁଟି କମିଶନର କୁଳମଣି ମଲ୍ଲିକ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.