ETV Bharat / state

'ହୋ' କୁ ଦ୍ଵିତୀୟ ରାଜ୍ୟଭାଷା ମାନ୍ୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ - ୫ ଗୋଟି ଦାବିକୁ ନେଇ ବିକ୍ଷୋଭ

୫ ଗୋଟି ଦାବିକୁ ନେଇ ରାଇରଙ୍ଗପୁରରେ ଶତାଧିକ ହୋ ସମ୍ପ୍ରଦାୟର ଲୋକଙ୍କ ବିକ୍ଷୋଭ । ଏଥିସହ ଜିଲ୍ଲାପାଳ ଶକୁନ୍ତଳା ହାଁସଦାଙ୍କୁ ବିଭିନ୍ନ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ho samaj protest
ho samaj protest
author img

By ETV Bharat Odisha Team

Published : Sep 20, 2023, 8:44 AM IST

ho samaj protest

ରାଇରଙ୍ଗପୁର : ଗତକାଲି ଆଦିବାସୀ ହୋ ଭାଷାର ଲିପି 'ୱାରାଂଚିତି'ର ପ୍ରଣେତା ଗୁରୁ ଲାକୋ ବଦ୍ରାଙ୍କ 104ତମ ଜୟନ୍ତୀ ପାଳିତ ହୋଇଥିଲା । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ବିଭିନ୍ନ ସାମାଜିକ ସଂଗଠନର ମିଳିତ ଆନୁକୂଲ୍ୟରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସହର ଉପଖଣ୍ଡର ଶତାଧିକ ହୋ ସମ୍ପ୍ରଦାୟର ଲୋକେ ରାଇରଙ୍ଗପୁର ବ୍ଲକ ପଡ଼ିଆରୁ ଏକ ବିଶାଳ ରାଲିରେ ବାହାରିଥିଲେ । ଏଥିସହ ବିଭିନ୍ନ ଦାବି ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଶକୁନ୍ତଳା ହାଁସଦାଙ୍କୁ ବିଭିନ୍ନ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ହୋ ସମାଜ ସମନ୍ବୟ ସମିତିର ବିଶାଳ ଶୋଭାଯାତ୍ରା , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ରାଜ୍ୟରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ହୋ ଭାଷାଭାଷୀ ଲୋକେ ବସବାସ କରୁଛନ୍ତି । ସେମାନଙ୍କର ସ୍ବତନ୍ତ୍ର ସ୍ୱତନ୍ତ୍ର ଲିପି ହେଉଛି ୱାରାଞ୍ଚିତି । ଦୀର୍ଘବର୍ଷ ଧରି ସେମାନଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଏବଂ ଓଡ଼ିଶାରେ ଦ୍ଵିତୀୟ ରାଜଭାଷାର ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଆଜି ଯାଏଁ କେନ୍ଦ୍ର ଓ‌ ରାଜ୍ୟ ସରକାର ଗୁରୁତ୍ବ ଦେଉନାହାନ୍ତି । ଫଳରେ ସେମାନଙ୍କ ଭାଷା ଓ ସଂସ୍କୃତି ବିପଦରେ ପଡ଼ିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ - ସମ୍ବିଧାନରେ କେବେ ସ୍ଥାନ ପାଇବ ହୋ , ମୁଣ୍ଡାରୀ ଓ ଭୂମିଜ ଭାଷା : ମନ୍ତ୍ରୀ ବାସନ୍ତି ହେମ୍ବ୍ରମ

ତେବେ ହୋ ସମାଜ ସମନ୍ବୟ ସମିତିର ମୁଖ୍ୟ 5 ଗୋଟି ଦାବିଗୁଡ଼ିକ ହେଲା ହୋ' ଭାଷାକୁ ଦ୍ବିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ କରିବା, ହୋ' ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରାଯାଉ, ବହୁଳ MTL ଅଙ୍ଗନବାଡ଼ିଗୁଡିକୁ ମୁଣ୍ଡା ପରିବର୍ତ୍ତେ ହୋ କରାଯାଉ ଓ ତିରିଂ ବ୍ଲକର SSD ବିଦ୍ୟାଳୟଗୁଡ଼ିକରେ ହୋ ଭାଷାରେ MLE ଶିକ୍ଷକ ନିଯୁକ୍ତି ଦିଆଯାଉ ବୋଲି ପ୍ରମୁଖ ପାଞ୍ଚ ଗୋଟି ଦାବି ରହିଥିଲା । ଏହି ପାଞ୍ଚ ଦଫା ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ହୋ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଏହି ବିଶାଳ ଶୋଭାଯାତ୍ରାରେ ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ତିରିଂ ବ୍ଲକ ଚେୟାରମ୍ୟାନ ପରମେଶ୍ୱର ସାମାଡ଼, ନାରୀନେତ୍ରୀ ପେଲଙ୍ଗ ଚାତାର. ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ଲଷ୍ମୀଧର ସିଂ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.