ETV Bharat / state

ଅସହାୟ ଚାମୁଟୁ: ନା ଅଛି ଘର, ନା ଅଛି ଅର୍ଥ ବଳ

author img

By

Published : Jul 7, 2020, 1:47 PM IST

ଚାଷ ଜମିରେ 15 ବର୍ଷରୁ ଅଧିକ ହେବ ବସବାସ। ଚିତ୍ର ହେଉଛି ମୟୂରଭଞ୍ଜ ଜିଲ୍ଲା ଭାଲିଆଡିହା ଗ୍ରାମପଞ୍ଚାୟତ କେନ୍ଦୁଛାଟିଆ ଗାଁର । ଗାଁରେ ଥିବା ଚାଷ ଜମିରେ ଝାଟିମାଟି ଘରେ ଦୃଷ୍ଟିହୀନ ସ୍ତ୍ରୀ ସହ ଦୁଇ ଛୁଆଙ୍କୁ ନେଇ ବିତୁଛି ଚାମୁଟୁ ବିନ୍ଧାଣିଙ୍କ ଜୀବନ। ଅଧିକ ଖବର ପଢନ୍ତୁ...

ଅସହାୟ ଚାମୁଟୁ: ନା ଅଛି ଘର, ନା ଅଛି ଅର୍ଥ ବଳ
ଅସହାୟ ଚାମୁଟୁ: ନା ଅଛି ଘର, ନା ଅଛି ଅର୍ଥ ବଳ

ବାରିପଦା: ଚାଷ ଜମିରେ 15 ବର୍ଷରୁ ଅଧିକ ହେବ ବସବାସ। ଚିତ୍ର ହେଉଛି ମୟୂରଭଞ୍ଜ ଜିଲ୍ଲା ଭାଲିଆଡିହା ଗ୍ରାମପଞ୍ଚାୟତ କେନ୍ଦୁଛାଟିଆ ଗାଁର । ଗାଁରେ ଥିବା ଚାଷ ଜମିରେ ଝାଟିମାଟି ଘରେ ଦୃଷ୍ଟିହୀନ ସ୍ତ୍ରୀ ସହ ଦୁଇ ଛୁଆଙ୍କୁ ନେଇ ବିତୁଛି ଚାମୁଟୁ ବିନ୍ଧାଣିଙ୍କ ଜୀବନ। ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏତେ ଯୋଜନା ପରେ ବି କାହିଁକି ଚାମୁଟୁଙ୍କ ଏଭଳି ଅବସ୍ଥା । ଦେଖିବା ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

ଅସହାୟ ଚାମୁଟୁ: ନା ଅଛି ଘର, ନା ଅଛି ଅର୍ଥ ବଳ

ଦି ଚାରି ଖଣ୍ଡ ବାଉଁଶ ଆଉ ନୁଆଁଣିଆ ଚାଳ ଛପର ଘର । ଏ ଘର ଦେଖିଲେ ଯିଏ ନାହିଁ ସେ ଭାବିବ ଏହା ଏକ ଗୁହାଳ ମାତ୍ର, ଏଠି ରହୁଛନ୍ତି ଗୋଟିଏ ଅସହାୟ ପରିବାର । ଆଜ୍ଞା ହଁ ଏହା ସତ, ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 15 ବର୍ଷ ହେଲାଣି ଏଠାରେ ରହିଆସୁଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରୋଡା ବ୍ଲକ କେନ୍ଦୁଛାଟିଆ ଗାଁର ଚାମୁଟୁ ବିନ୍ଧାଣି । ଘର ବି ତିଆରି ହୋଇଛି ଚାଷ ଜମିରେ । କାରଣ ପ୍ରଥମ ସ୍ତ୍ରୀ ଛାଡିଯିବା ପରେ ସରକାରୀ ଯୋଜନାର ସବୁ ସୁବିଧା ନେଉଛନ୍ତି ପ୍ରଥମ ସ୍ତ୍ରୀର ପୁଅ । ଆଉ ଏପଟେ ଦ୍ବିତୀୟ ସ୍ତ୍ରୀ ଦୃଷ୍ଟିହୀନ ହୋଇଥିବାବେଳେ ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି ପୁରା ପରିବାର ।

ଚାମୁଟୁଙ୍କ ସ୍ତ୍ରୀ ଯେ କେବଳ ଦୃଷ୍ଟିହୀନ ତାହା ନୁହେଁ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଝିଅ ଭିନ୍ନକ୍ଷମ । ସାହାଯ୍ୟ ତ ଦୂରର କଥା ସରକାରୀ ଭତ୍ତା ଛଡା ଆଉ ସବୁ ଯୋଜନା ଅପହଞ୍ଚ । ତେବେ ଏହି ଅସହାୟ ପରିବାରକୁ ସାହାଯ୍ୟ କରିବାକୁ ସରକାର ଆଗେଇ ଆସିବା ଦରକାର ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ଦିନ ମଜୁରିଆ ଭାବେ ଦିନ କାଟୁଥିବା ଚାମୁଟୁଙ୍କ ସମସ୍ୟା ନେଇ ପହଞ୍ଚିଥିଲୁ ଭାଲିଆଡିହା ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ । ତେବେ ସବୁ ସମସ୍ୟାରେ ସମାଧାନ ସହ ତାଙ୍କୁ ତୁରନ୍ତ ସରକାରଙ୍କ ଯୋଜନାରେ ସାମିଲ କରିବା ନେଇ କହିଛନ୍ତି ଅଧିକାରୀ ।

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ପରେ ବି ଏଭଳି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଏହି ପରିବାର। ୨୦୧୩-୧୪ ରେ ଇନ୍ଦିରା ଆବାସ ଯୋଜନାରେ ଚାମୁଟୁ ବିନ୍ଧାଣିଙ୍କୁ ଯେଉଁ ଟଙ୍କା ମିଳିଥିଲା ତାହା ଚୋରି ହେବା ପରେ ଚାମୁଟୁ ନିଜ ପରିବାରଙ୍କୁ ନେଇ ଏହି ଚାଷ ଜମିରେ ଘର କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଚାମୁଟୁ କେବେ ସରକାରୀ ସହାୟତା ପାଇବେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.