ETV Bharat / state

ଚୁଟି ନ କାଟିଥିବାରୁ ପ୍ରାର୍ଥନା ସଭାରେ ଆଣ୍ଠେଇଲେ ଛାତ୍ର, ଥାନାରେ ମାମଲା - ଛାତ୍ରଙ୍କୁ ଦଣ୍ଡ

ବାରିପଦା ମହାରାଜା କୃଷ୍ଣଚନ୍ଦ୍ର (ଏମ୍‌କେସି) ଉଚ୍ଚ ବିଦ୍ୟାଳୟରେ ପ୍ରାର୍ଥନା ସଭାରେ ଛାତ୍ରଙ୍କୁ ଦଣ୍ଡ । ଚୁଟି ନ କାଟିଥିବାରୁ ସଭା ସ୍ଥଳରେ ଛାତ୍ରଙ୍କୁ ଆଣ୍ଠେଇ ଥିବା ଅଭିଯୋଗ ।

punishment
ଚୁଟି ନ କାଟିଥିବାରୁ ପ୍ରାର୍ଥନା ସଭାରେ ଆଣ୍ଠେଇଲେ ଛାତ୍ର
author img

By

Published : Mar 13, 2020, 2:29 PM IST

ବାରିପଦା: ଚୁଟି ନ କାଟିବାରୁ ପ୍ରାର୍ଥନା ସଭାରେ ଛାତ୍ରକୁ ଆଣ୍ଠେଇଦେଲେ ପ୍ରଧାନ ଶିକ୍ଷୟତ୍ରୀ । ଛାତ୍ରଙ୍କୁ ଏଭଳି ଦଣ୍ଡ ଦେଇଥିବାରୁ ଏବେ ମାମଲା ଯାଇ ଥାନାରେ । ବାରିପଦା ମହାରାଜା କୃଷ୍ଣଚନ୍ଦ୍ର(ଏମକେସି) ଉଚ୍ଚ ବିଦ୍ୟାଳୟ ସଭାରେ ନବମ ଶ୍ରେଣୀ ଛାତ୍ରଙ୍କ ଚୁଟି ଲମ୍ବା ସହ ପାଚିଯାଇଥିଲା । ଯାହାକୁ ନେଇ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରଙ୍କୁ ଦଣ୍ଡ ଦେବାକୁ ଯାଇ ଆଣ୍ଠେଇ ଦେଇଥିଲେ । ଏନେଇ ଛାତ୍ରଟିର ମାଆ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ, ଏହି ଆଣ୍ଠେଇ ଥିବାର ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଚୁଟି ନ କାଟିଥିବାରୁ ପ୍ରାର୍ଥନା ସଭାରେ ଆଣ୍ଠେଇଲେ ଛାତ୍ର

ଗତ ଗୁରୁବାର ଦିନ ଘଟଣାଟି ଘଟିଥିବାବେଳେ, ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ପୁଅକୁ ଆଣ୍ଠେଇବା ସହ ଚୁଟି କଟାକୁ ନେଇ କଟୁ କହିଥିଲେ ଶିକ୍ଷୟତ୍ରୀ । ଯାହାକି ତାଙ୍କ ପୁଅକୁ ମାନସିକ ଆଘାତ ପହଞ୍ଚାଇଛି । ଏପରିକି ଗତକାଲି ଇଂରାଜୀ ପରୀକ୍ଷାରେ ମଧ୍ୟ କିଛି ସେ ଲେଖିପାରିନଥିଲେ ବୋଲି ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରଙ୍କ ମାଆ ।

ଅନ୍ୟପଟେ, ଏହି ଅଭିଯୋଗକୁ ଭିତ୍ତି କରି ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞାପାରମିତା ଜେନା ଓ ଶିକ୍ଷକ ଗୋବିନ୍ଦ ରାଉତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ଘଟଣାକୁ ବ୍ୟକ୍ତିଗତ ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ତଦନ୍ତ କରିବେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.