ETV Bharat / state

ରାସ୍ତାରେ ମୁଣ୍ଡବିହୀନ ମୃତଦେହ ଘଟଣା, ଦୁଇ ଅଭିଯୁକ୍ତ ଗିରଫ - ମୁଣ୍ଡବିହୀନ ମୃତଦେହ ଘଟଣାରେ ହତ୍ୟାକାରୀ ଗିରଫ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଅତି ବୀଭତ୍ସ ଭାବେ ବୃଦ୍ଧ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାରେ କଟା ମୁଣ୍ଡକୁ ଜବତ କଲା ପୋଲିସ। ସେପଟେ ହତ୍ୟାକାଣ୍ଡର ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କରଞ୍ଜିଆ ଥାନା ପୋଲିସ । ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ...

ବୃଦ୍ଧ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣା,  କଟା ମୁଣ୍ଡକୁ ଜବତ କଲା ପୋଲିସ

author img

By

Published : Jul 6, 2021, 12:39 PM IST

Updated : Jul 6, 2021, 10:35 PM IST

ରାଇରଙ୍ଗପୁର: କରଞ୍ଜିଆ ପୋଲିସର ସଫଳତା । ଅତି ବିଭତ୍ସ ଭାବେ ବୃଦ୍ଧ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାରେ କଟା ମୁଣ୍ଡକୁ ଜବତ କଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଗତ ରବିବାର ସକାଳେ ଦେଖିବାକୁ ମିଳିଥିଲା ଏକ ଲୋମଟାଙ୍କୁରା ଦୃଶ୍ୟ । ମୁଣ୍ଡ ବିହୀନ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ନେଇ ପୋଲିସ ଅନୁମାନ କରିଥିଲା । ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ବାଲିଭୋଳ ଗ୍ରାମ ନିକଟ ଜାମୁନାଳିଆ ଗାଁର ମୁନା ଲୋହାର ଓ ନାଥ ଲୋହାର ।

ରାସ୍ତାରେ ମୁଣ୍ଡବିହୀନ ମୃତଦେହ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

ସୂଚନାମୁତାବକ, ସେହି ଗ୍ରାମର ଯମୁନା ହାଁସଦା (୬୩) ନାମକ ଜଣେ ବୃଦ୍ଧା ଶନିବାର ଗ୍ରାମ ନିକଟ ସାପ୍ତାହିକ ହାଟକୁ ଯାଇ ସେଠରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ହାଟ ପଡ଼ିଆରେ ପଡି ରହିଥିବା ବେଳେ ରାତିରେ କେହି ଦୁର୍ବୁତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ମୁଣ୍ଡ କାଟି ଦେଇଥିଲା। ଖବର ପାଇ କରଞ୍ଜିଆ ଥାନା ପୋଲିସ ମୁଣ୍ଡବିହୀନ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ କଟା ମୁଣ୍ଡଟି ମିଳି ନଥିଲା। ଏପଟେ ଗୋଟିଏ ଦିନ ପରେ ସୋମବାର ଦିନ ବୃଦ୍ଧାଙ୍କ କଟା ମୁଣ୍ଡଟି ମିଳିଛି । ହତ୍ୟାକାଣ୍ଡ ଭିଆଇଥିବା ଦୁଇ ଅଭିଯୁକ୍ତ କୁ ଗିରଫ କରିବାରେ ସକ୍ଷମ ହୋଇଛି କରଞ୍ଜିଆ ଥାନା ପୋଲିସ । ଡାହାଣୀ ସନ୍ଦେହ ଉଭୟ ଯମୁନା ହାଁସଦାଙ୍କୁ ହତ୍ୟା କରିଥିବା ସ୍ବିକାର କରିଛନ୍ତି ।

ଏହା ବି ପଢନ୍ତୁ: ରାସ୍ତାରେ ପଡିଛି ମୁଣ୍ଡବିହୀନ ମୃତଦେହ, ଗୁଣିଗାରେଡ଼ି ସନ୍ଦେହ

ଗ୍ରାମର ଜଣେ ମହିଳା ଗ୍ରାମ ନିକଟ ନାଳକୁ ଗାଧୋଈବାକୁ ଯାଉଥିବା ସମୟରେ ଗୋଟିଏ କୁକୁର ଏକ ବିଲରେ ପୋତା ହୋଇଥିବା ମୁଣ୍ଡକୁ କାଢି ନେଉଥିବାର ଦେଖିବାକୁ ପାଇଥିଲେ । ଏନେଇ ମହିଳା ଜଣକ ଗ୍ରାମରେ କହିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଗ୍ରାମରେ ପହଞ୍ଚି ନାଳ ନିକଟରୁ ଯମୁନାଙ୍କର ମୁଣ୍ଡକୁ ଜବତ କରିଥିଲା। ଏହି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ବେଳେ ହତ୍ୟାକାରୀଙ୍କୁ ଚିହ୍ନଟ କରିଛି କରଞ୍ଜିଆ ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ କୁରାଢ଼ି ଓ ଗୋଟିଏ ଟାଙ୍ଗିଆକୁ ଜବତ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ବାଲିଭୋଳ ଗ୍ରାମ ନିକଟ ଜାମୁନାଳିଆ ଗାଁର ମୁନା ଲୋହାର ଓ ନାଥ ଲୋହାର ବୋଲି ସୂଚନା ଦେଇଛି କରଞ୍ଜିଆ ଥାନା ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

Last Updated : Jul 6, 2021, 10:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.