ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ହତ୍ୟା ଓ ଆତ୍ମହତ୍ୟା ପରି ଘଟଣା ଥମିବାର ନାମ ନେଉନି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହୁଲଡିହା ଥାନା ଅନ୍ତର୍ଗତ ଘଣ୍ଟିଆଦର ଗ୍ରାମରେ ।
ଗ୍ରାମର ମରା ହୋର ଝିଅ ହୀରାମଣି ହୋ ଗତ ମଙ୍ଗଳବାରଠାରୁ ନିଖୋଜ ଥିବା ବେଳେ ଶୁକ୍ରବାର ନିକଟ ଗ୍ରାମ ଜଙ୍ଗଲରୁ ତାର ଗଳିତ ମୃତଦେହ ଦେଖିବାକୁ ମିଳିଛି । ତେବେ ମୃତ୍ୟୁର କାରଣ ଜଣା ପଡିନଥିଲା ବେଳେ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା କିମ୍ବା
ହତ୍ୟା ହୋଇଥାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ମିଳିଥିବା ମୃତଦେହ ପଚି ସଢି ଯାଇଥିବାରୁ ମୃତ୍ୟୁର କାରଣ ଜଣା ପଡିନାହିଁ । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ କାରଣ ଜଣା ପଡିବ ବୋଲି ମହୁଲଡିହା ଥାନା ଅଧିକାରୀ କହିଛନ୍ତି ।
ସେହିପରି ଘଟଣାସ୍ଥଳରେ ମହୁଲଡିହା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ମୃତଦେହ ଜବତ କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ବ୍ୟବଚ୍ଛେଦ ପାଇଁ ପଠେଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ