ETV Bharat / state

ସିଗ୍‌ନାଲ ନଦେଇ ନିଶାରେ ଚୁର ଥିଲେ ଜଗୁଆଳି, ଲୋକ ପାଇଲଟ ଟ୍ରେନ୍‌ ରୋକି ଫାଟକ ବନ୍ଦ କଲେ

author img

By

Published : Apr 6, 2023, 3:52 PM IST

ଟ୍ରେନକୁ ସିଗନାଲ ନଦେଇ ନିଶାରେ ଚୁର ଥିଲେ ଜଗୁଆଳି । ମଦ ପିଇ ଶୋଇ ପଡିଲେ । ନିଜେ ଗେଟ ପକାଇ ଟ୍ରେନ ପାସ କରିଲେ ପାଇଲଟ । ପଢନ୍ତୁ ପୁରା ଘଟଣା

Gateman Suspended As He Fails To Give Signal

ଟ୍ରେନକୁ ସିଗନାଲ ନଦେଇ ନିଶାରେ ଚୁର ଥିଲେ ଜଗୁଆଳି

ରାଇରଙ୍ଗପୁର: ନାଲିପାଣି କଲା କିମିଆ । ନିଶାରେ ଟ୍ରେନ ସିଗନାଲ ଦେବା ପାଇଁ ଭୁଲିଗଲେ ବାବୁ । ନିଦରେ ଶୋଇପଡିଲେ ରେଲଓ୍ବେ ଫାଟକରେ ଥିବା ଜଗୁଆଳି । ଫଳରେ ସିଗନାଲ ନପାଇ ଦୀର୍ଘ ସମୟ ଧରି ଅଟକି ରହିଲା ଟ୍ରେନ । ଶେଷରେ ଟ୍ରେନ ପାଇଲଟ ଓହ୍ଲାଇ ସିଗନାଲ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାର ଯୁଗପୁରା ଷ୍ଟେସନ ନିକଟସ୍ଥ ରେଲୱେ କ୍ରସିଂରୁ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହି ଖବର ପ୍ରଘଟ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳ ବିଭାଗଷ ଶେଷରେ ରେଲଓ୍ବେ ଫାଟକ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି । ଉକ୍ତ କର୍ମଚାରୀ ହେଲେ ରତ୍ନାକର ମହାନ୍ତ ।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ବାଙ୍ଗିରିପୋଷି- ରୁପ୍ସା ମେମୁ ଟ୍ରେନ ଦିନ ପାଖାପାଖି 9.00 ଟା ସମୟରେ ଯୁଗପୁରା ରେଳ ଷ୍ଟେସନରେ ପହଞ୍ଚିଥିଲା । ରେଲୱେ କ୍ରସିଂରେ ଟ୍ରେନ ପହଞ୍ଚିବା ପରେ କୌଣସି ସିଗନାଲ ଦେଇନଥିଲେ କିମ୍ବା ଗେଟ୍ ମଧ୍ୟ ପକାଇ ନଥିଲେ ଫାଟକ ଦାୟିତ୍ଵରେ ଥିବା କର୍ମଚାରୀ । ଟ୍ରେନ ଆସିବା ପରେ ମଧ୍ୟ ଫାଟକ ନପଡ଼ିବା ଦେଖି ଉକ୍ତ ରାସ୍ତାରେ ଯାଉଥିବା ଶତାଧିକ ଲୋକେ ଭୟଭୀତ ହୋଇ ଯାଇଥିଲେ । ଫଳରେ ଫାଟକର ଦୁଇ ପାର୍ଶ୍ଵରେ ବାଇକ, ଗାଡ଼ି, ମଟର ସହିତ ସାଧାରଣ ଲୋକେ ମଧ୍ୟ ଅଟକି ଯାଇଥିଲେ। କିଛି ସମୟ ପରେ ସେହି ଲାଇନରେ ଆସୁଥିବା ଟ୍ରେନର ଡ୍ରାଇଭର ଫାଟକ ପଡିନଥିବା ଦେଖି ଟ୍ରେନର ବେଗକୁ ନିୟନ୍ତ୍ରଣ କରି ଟ୍ରେନକୁ ଅଟକାଇ ଦେଇଥିଲେ । କିଛି ସମୟ ଟ୍ରେନ ଅଟକାଇବା ପରେ ମଧ୍ୟ ସିଗନାଲ ମିଳିନଥିଲା । ଏହାପରେ ବାଧ୍ୟ ହୋଇ ନିଜେ ଟ୍ରେନ୍‌ରୁ ଓହ୍ଲାଇ ଆସି ଫାଟକ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ବାବୁ ଜଣକ ନିଶାରେ ଶୋଇପଡିଥିବା ଦେଖିବାକୁ ପାଇଥିଲେ । ଫଳରେ ସେ ନିଜେ ଟ୍ରେନର ସିଗନାଲ ଦେଇ ଯାଇଥିଲେ । ଏହି ଘଟଣା ପ୍ରଘଟ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ସ୍ଥାନୀୟ ଲୋକେ ସେଠାରେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ଫାଟକ ଦାୟିତ୍ଵରେ ଥିବା ଦୁଇ ସ୍ଥାୟୀ କର୍ମଚାରୀ ଶାନ୍ତନୁ ଦାସ ଓ ମିଥୁନ ଦାସ ସେଦିନ ଛୁଟିରେ ଥିବା ବେଳେ ତାଙ୍କ ଦାୟିତ୍ଵରେ ରତ୍ନାକର କାର୍ଯ୍ୟରତ ଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ କର୍ତ୍ତବ୍ୟରତ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଯଦି କୌଣସି ଲୋକଙ୍କ ପ୍ରାଣ ଯାଇଥାନ୍ତା ତେବେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତେ। ସେପଟେ ଏହି ଘଟଣାର ଭିଡିଓ ଭାଇରାଲ ହେବା ସହିତ ଟ୍ରେନ ଡ୍ରାଇଭର ଜଣକ ଘଟଣା ବାବଦକୁ ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରା ଯାଇଥିବା ବେଳେ ରତ୍ନାକର ମହାନ୍ତଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତା ସହିତ ଖଡ଼ଗପୁର ସ୍ଥିତ ଡିଆରଏମଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.